ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ରାଜନୀତି । ପ୍ରଶ୍ନ ଉଠାଇଲା ବିଜେପି ।

Advertisment

ବିରୋଧୀ ଦଳ ନେତାଙ୍କ ବିଦେଶଗସ୍ତକୁ ନେଇ ନୂଆ ରାଜନୀତି । ମନମୋହନଙ୍କ ବିୟୋଗରେ ସାରା ଦେଶ ଶୋକରେ ଥିବା ସମୟରେ ରାହୁଲଙ୍କ ବିଦେଶଗସ୍ତକୁ ନେଇ ବିଜେପିର ପ୍ରଶ୍ନ । କଂଗ୍ରେସର ପାଲଟା ଜବାବ, କରନି ତୁଚ୍ଛ ରାଜନୀତି ।

ବିରୋଧୀ ଦଳ ନେତାଙ୍କ ବିଦେଶଗସ୍ତକୁ ନେଇ ନୂଆ ରାଜନୀତି । ମନମୋହନଙ୍କ ବିୟୋଗରେ ସାରା ଦେଶ ଶୋକରେ ଥିବା ସମୟରେ ରାହୁଲଙ୍କ ବିଦେଶଗସ୍ତକୁ ନେଇ ବିଜେପିର ପ୍ରଶ୍ନ । କଂଗ୍ରେସର ପାଲଟା ଜବାବ, କରନି ତୁଚ୍ଛ ରାଜନୀତି ।

20++dd

20++dd Photograph: (20++dd)

କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପିର ଟାର୍ଗେଟ୍ । ନୂଆବର୍ଷ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଭିଏତନାମ ଗସ୍ତ କରୁଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ପ୍ରଶ୍ନ ଉଠାଇଛି । ଦଳ କହିଛି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ରାଷ୍ଟ୍ର ଶୋକ ପାଳୁଥିବା ବେଳେ ରାହୁଲ ବିଦେଶ ଭ୍ରମଣ କରୁଛନ୍ତି । ଏଭିଳି କାର୍ଯ୍ୟ ଦ୍ୱାରା ରାହୁଲ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଥିବା ଅଭିଯୋଗ ଲଗାଇଛି ବିଜେପି । ତେବେ ମନମୋହନ ସିଂହଙ୍କ ସ୍ମୃତି ସୌଧ ନିର୍ମାଣକୁ ନେଇ କଂଗ୍ରେସ – ବିଜେପି ମୁହାଁମୁହିଁ ଭିତରେ ରାହୁଲଙ୍କ ଗସ୍ତକୁ ଦଳ ଟାର୍ଗେଟ୍ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe