କନକ ବ୍ୟୁରୋ : ରେଳକର୍ମଚାରୀ, ଟ୍ରକ ଡ୍ରାଇଭରଙ୍କ  ପରେ ବସ କର୍ମଚାରୀଙ୍କ ସମସ୍ୟା ବୁଝିଲେ ବିରୋଧୀ ଦଳ ନେତା । ବସରେ ଯାତ୍ରା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଯାହାର ଭିଡିଓ ସେ ନିଜ ୟୁଟ୍ୟୁବ ପେଜରେ ସେୟାର କରିଛନ୍ତି । ନୂଆଦିଲ୍ଲୀର ସରୋଜିନୀ ନଗର ବସ ଡିପ୍ପୋରୁ ସେ ଡିଟିସି  ବସରେ ଯାତ୍ରା କରୁଥିବାର ଭିଡିଓ ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଗାନ୍ଧୀ ବସର କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି। 

Advertisment


ବସରେ ରାହୁଲ, ବୁଝିଲେ ସମସ୍ୟା
-    ଡିଟିସି  ବସରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା
-    ବସ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଲେ
-    ବସ କର୍ମଚାରୀଙ୍କ ବାର୍ଷିକ ଚୁକ୍ତି ରିନ୍ୟୁ ହେଉନଥିବା ଅଭିଯୋଗ
-    ଡ୍ୟୁଟି ସମୟ କମ ରହିଲେ ଘରେ ବସିବା ପାଇଁ କୁହାଯାଏ
-    ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ଦାବି କରିଛନ୍ତି କର୍ମଚାରୀ
-    ଯାତ୍ରୀଙ୍କ ସୁରକ୍ଷାରେ ଥିବା ହୋମଗାର୍ଡଙ୍କୁ ଦରମା ମିଳୁନଥିବା ଅଭିଯୋଗ
-    ସଂସ୍ଥା ୬ ମାସ ହେବ ଦରମା ଦେଉନଥିବା ଅଭିଯୋଗ
-    ୮ ଘଣ୍ଟା କାମ ପାଇଁ ମାତ୍ରା ୮୧୬ ଟଙ୍କା ଦିଆଯାଉଛି
-    ପର୍ବପର୍ବାଣୀରେ ଛୁଟି ମିଳୁନି, ଅଧିକ ସମୟ ଡ୍ୟୁଟି କରାଯାଏ
-    ସରକାରୀ ସେବାର ଘରୋଇକରଣ ନେଇ ଅଭିଯୋଗ ହୋଇଛି
-    ଚୁକ୍ତି ରିନ୍ୟୁ ନହେଲେ ଚାକିରି ଯିବାର ଆଶଙ୍କା ରହିଛି 
-    
ଯାତ୍ରୀଙ୍କୁ ହେଉଥିବା ସମସ୍ୟା ସହ ବସ କର୍ମଚାରୀଙ୍କ ସମସ୍ୟା ବାବଦରେ ପଚାରିଥିଲେ ବିରୋଧୀ ଦଳ ନେତା । ଏହି ସମୟରେ ଅନେକ କର୍ମଚାରୀ ଦରମା ଓ ଯାତ୍ରୀ ସେବା ନେଇ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୋଟି ଗୋଟି କରି ଗଣାଇଥିଲେ । ଯାହାକୁ ବିରୋଧୀ ଦଳ ନେତା ଶୁଣିବା ସହ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯଦି ନଜର ପକାଇବା ରାହୁଲ ଏହି ଷ୍ଟାଟେଜି ଉପରେ ତେବେ ପୂର୍ବରୁ କଂଗ୍ରେସର ଭାରତ ଯୋଡ ଓ ଭାରତ ଯୋଡ ନ୍ୟାୟ ଯାତ୍ରା ଦଳକୁ ବେଶ ଫାଇଦା ଦେଇଛି । ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପୂର୍ବରୁ ସହରଠୁ ସହର ବୁଲି ଜନତାଙ୍କ ସହ ଯୋଡି ହୋଇଥିଲେ ରାହୁଲ ।ଏପରିକି ସେମାନଙ୍କ ସୁଖଦୁଖରେ ଭାଗୀଦାର ହେବା ସହ ସମସ୍ୟାର ସମାଧାନ ବାହାର କରିବାକୁ ମଧ୍ୟ ପଛାଇନଥିଲେ । ଏଭଳି ସ୍ଥିତିରେ ଏବେ ବସକର୍ମଚାରୀଙ୍କୁ ଭେଟିବା , ସେମାନଙ୍କ ସମସ୍ୟା ବୁଝିବା ଆଗକୁ ଦଳକୁ ମାଇଲେଜ ଦେଇପାରେ ।