କନକ ବ୍ୟୁରୋ : ରାଜସ୍ଥାନରେ ହଠାତ ପହଁଚିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ସକାଳୁ ଏକାକୀ ରାହୁଲ ଜୟପୁରରେ ପହଁଚିବା ପରେ କଂଗ୍ରେସ ମୁଖ୍ୟାଳୟକୁ ଯାଇଥିଲେ । ସୂଚନା ଅନୁସାରେ ଆଜିଠୁ ଦୁଇଦିନରେ ଟ୍ରେନିଂ କ୍ୟାମ୍ପ କରି ନେତା ମନ୍ତ୍ରୀଙ୍କୁ ବିଜୟ ମନ୍ତ୍ର ଦେବ ଦଳ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ତତ୍ପର ହୋଇଛନ୍ତି ନେତା ଓ କର୍ମୀ। ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ମନ୍ତ୍ର ଦେବେ ରାହୁଲ।