କନକ ବ୍ୟୁରୋ :  ହରିୟାଣା ପରାଜୟ ପରେ ଝାଡ଼ଖଣ୍ଡରେ ବିଜୟ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ । ଆଜି ରାଞ୍ଚି ଗସ୍ତରେ ଯାଇ ସମ୍ବିଧାନ ସମ୍ମାନ ସମ୍ମୀଳନୀ କାର୍ୟ୍ୟକ୍ରମକୁ ସମ୍ବାଧିତ କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ରାହୁଲ ।