ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି: ଅମିତ ଶାହ

Advertisment

ନରେନ୍ଦ୍ର ମୋଦୀଙ୍କୁ ନେଇ କୁହାଯାଇଥିବା ଅପଶବ୍ଦର ଦୃଢ଼ ନିନ୍ଦା କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ ଆପଣ ଯେତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅପଶବ୍ଦ କହିବେ, ପଦ୍ମ ସେତେ ଅଧିକ ଫୁଟିବ । ବର୍ତ୍ତମାନ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି । ସେ ଗୁୱାହାଟିରେ ରାଜଭବନର ନବନିର୍ମିତ ବ୍ରହ୍ମପୁତ୍ର ୟୁନିଟ୍ ଉଦଘାଟନ କରିଛନ୍ତି ।

ନରେନ୍ଦ୍ର ମୋଦୀଙ୍କୁ ନେଇ କୁହାଯାଇଥିବା ଅପଶବ୍ଦର ଦୃଢ଼ ନିନ୍ଦା କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ ଆପଣ ଯେତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅପଶବ୍ଦ କହିବେ, ପଦ୍ମ ସେତେ ଅଧିକ ଫୁଟିବ । ବର୍ତ୍ତମାନ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି । ସେ ଗୁୱାହାଟିରେ ରାଜଭବନର ନବନିର୍ମିତ ବ୍ରହ୍ମପୁତ୍ର ୟୁନିଟ୍ ଉଦଘାଟନ କରିଛନ୍ତି ।

Amit Shah 6

କନକ ବ୍ୟୁରୋ: ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୌହ୍ୱାଟିରେ ଏକ ସଭାରେ କିଛି ଏଭଳି କହି ବିରୋଧୀଙ୍କ ସମାଲୋଚନା କରିଛନ୍ତି । ନରେନ୍ଦ୍ର ମୋଦୀଙ୍କୁ ନେଇ କୁହାଯାଇଥିବା ଅପଶବ୍ଦର ଦୃଢ଼ ନିନ୍ଦା କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ ଆପଣ ଯେତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅପଶବ୍ଦ କହିବେ, ପଦ୍ମ ସେତେ ଅଧିକ ଫୁଟିବ । ବର୍ତ୍ତମାନ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି । ସେ ଗୁୱାହାଟିରେ ରାଜଭବନର ନବନିର୍ମିତ ବ୍ରହ୍ମପୁତ୍ର ୟୁନିଟ୍ ଉଦଘାଟନ କରିଛନ୍ତି ।

ଅମିତ ଶାହ କହିଛନ୍ତି, "ମଞ୍ଚରୁ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଘୃଣାର ନିମ୍ନ ସ୍ତର ଖସି ଯାଇଛନ୍ତି ତାହା ନନ୍ଦନୀୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା'ଙ୍କ ପାଇଁ କୁହାଯାଇଥିବା ଅପଶବ୍ଦକୁ ମୁଁ ନିନ୍ଦା କରୁଛି । ଏହି ଘୃଣାର ରାଜନୀତି ରାହୁଲ ଗାନ୍ଧୀଙ୍କ ସାର୍ବଜନୀନ ଜୀବନ ଉପରେ ପ୍ରଭାବ  ପକାଇଦେବ । ପ୍ରଧାନମନ୍ତ୍ରୀ ମୋଦୀ ଯେବେଠାରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ସୋନିଆ ଗାନ୍ଧୀ ଏବଂ ଅନ୍ୟମାନେ ଯାହା ଇଚ୍ଛା ସଇୟା କହୁଛନ୍ତି । ଏହିଭଳି ଭାଷାରେ ଆପଣଙ୍କୁ ଜନାଦେଶ ମିଳିବ କି, ବାରମ୍ବାର ଏମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି, କିନ୍ତୁ ଏମାନଙ୍କୁ ବୁଝାପଡ଼ୁନାହିଁ ।"

ରାଗିଲେ ଅମିତ ଶାହ

ଅମିତ ଶାହ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି, ଆପଣ ଯେତେ ଅଧିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପଶବ୍ଦ କହିବେ, ସେତେ ଅଧିକ ପଦ୍ମ ଫୁଟିବ । ଯଦି ରାଜନୀତିକୁ କେହି ପ୍ରଦୂଷିତ କରନ୍ତି, ତେବେ ଦେଶ କିପରି ସୁରକ୍ଷିତ ହୋଇପାରିବ ? ଦେଶ ଆଶ୍ଚର୍ଯ୍ୟ ହୋଇ ଏମାନଙ୍କ କାର୍ଯ୍ୟକଳାପକୁ ଦେଖୁଛି । ସମସ୍ତ ସୀମା ଅତିକ୍ରମ କରିସାରିଛନ୍ତି ।  ଦେଶ ପାଇଁ ଏମାନଙ୍କୁ କ୍ଷମା ମାଗିବା ଉଚିତ୍ ଏବଂ ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ।

ମୋଦୀଙ୍କ କାର୍ଯ୍ୟକାଳ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ  

ଶାହ କହିଛନ୍ତି, "ଯେତେବେଳେ ଉତ୍ତର-ପୂର୍ବ ଏବଂ ଆସାମର ଇତିହାସ ଲେଖାଯିବ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୧୧ ବର୍ଷ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ । ଆଜି ଆସାମରେ ଦ୍ରୁତ ଗତିରେ ବିକାଶ ହେଉଛି । ଆସାମର ବିକାଶର ଗତି ସବୁବେଳେ ବଜାୟ ରହିବ । ଆମେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ ଆଇନଗୁଡ଼ିକୁ ରଦ୍ଦ କରିଛୁ । ଆଜି ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ପାଉଛନ୍ତି । ୧୧ ବର୍ଷରେ ମୋଦୀ ଦେଶର ସୁରକ୍ଷା ପାଇଁ ମୂଳରୁ କାମ କରିଛନ୍ତି ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe