କନକବ୍ୟୁରୋ : ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆଜି ସକାଳେ ରାହୁଲ ଫୋନ୍ ଯୋଗେ କଥା ହୋଇଥିବା କହିଛନ୍ତି ସୌମ୍ୟଶ୍ରୀଙ୍କ ବାପା ବଳରାମ ବିଶି । ଫୋନ୍ରେ ଆଲୋଚନା ବେଳେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଏନେଇ ଏକ୍ସ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାହୁଲ । ପୀଡ଼ିତାଙ୍କ ପରିବାରକୁ କିଭଳି ନିଶ୍ଚିତ ନ୍ୟାୟ ମିଳିବ ସେ କଥା ନିଜ ପୋଷ୍ଟରେ ଜଣାଇଛନ୍ତି ରାହୁଲ । ସେପଟେ ଖୁବଶୀଘ୍ର ବାଲେଶ୍ବର ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଜାତୀୟ ସ୍ତରରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।
ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ : ଆଜି ସକାଳେ କଥା ହୋଇଥିବା କହିଲେ ସୌମ୍ୟାଶ୍ରୀଙ୍କ ବାପାଙ୍କ
ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆଜି ସକାଳେ ରାହୁଲ ଫୋନ୍ ଯୋଗେ କଥା ହୋଇଥିବା କହିଛନ୍ତି ସୌମ୍ୟଶ୍ରୀଙ୍କ ବାପା ବଳରାମ ବିଶି
/kanak/media/media_files/2025/07/16/rahul-gandhji-1-2025-07-16-11-14-45.jpg)