ପ୍ରଚାର ମଇଦାନରେ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ । ଗାଁରୁ ଗାଁ ବୁଲି ଖାଇଲେ, ରୁଟି ପକୁଡି ଓ ଜିଲାପି

Advertisment

ପ୍ରଚାର ଭିଡ଼ ଭିତରେ କଂଗ୍ରେସ କର୍ମୀଙ୍କ ହାତରୁ ସେ ପକୋଡି ନେବା ସହ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ମାତୁରାମ ମିଠା ଦୋକାନକୁ ଯାଇ ଜିଲାପି ଖାଇଥିଲେ। ପରେ ସୋନିପତରେ ଜଣେ କଂଗ୍ରେସ କର୍ମୀଙ୍କ ଘରକୁ ଯାଇ ରାହୁଲ ଆତିଥ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଓ ବଜରଙ୍ଗ ପୁନିଆ ମଧ୍ୟ ଉପସ୍ଥିତ ରହିଥିଲେ। 

faearfraf

କନକ ବ୍ୟୁରୋ :  ଆସନ୍ତା ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ ବାକି ରହିଛି । ଏସବୁ ଭିତରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଆରା ଅନ୍ଦାଜରେ ନଜର ଆସିଛନ୍ତି। ମଙ୍ଗଳବାର ନିର୍ବାଚନ ପ୍ରଚାର ପାଇଁ ହରିଆଣା ଗସ୍ତରେ ଯାଇ ବାହାଦୂରଗଡ଼ରେ ପହଁଚିଥିଲେ ରାହୁଲ ।  ପ୍ରଚାର ଭିଡ଼ ଭିତରେ କଂଗ୍ରେସ କର୍ମୀଙ୍କ ହାତରୁ ସେ ପକୋଡି ନେବା ସହ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ମାତୁରାମ ମିଠା ଦୋକାନକୁ ଯାଇ ଜିଲାପି ଖାଇଥିଲେ। ପରେ ସୋନିପତରେ ଜଣେ କଂଗ୍ରେସ କର୍ମୀଙ୍କ ଘରକୁ ଯାଇ ରାହୁଲ ଆତିଥ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଓ ବଜରଙ୍ଗ ପୁନିଆ ମଧ୍ୟ ଉପସ୍ଥିତ ରହିଥିଲେ। 

 ପରବର୍ତ୍ତୀ ସମୟରେ ରାହୁଲ ମଦିନା ଅଞ୍ଚଳରେ ନିର୍ବାଚନୀ ରାଲି କରୁଥିବା ବେଳେ ସ୍ଥାନୀୟ ଭୋଟର ତାଙ୍କୁ ଉପହାର ସ୍ବରୁପ ଚାଉଳ ଓ ପନିପରିବା ପ୍ରଦାନ କରିଥିଲେ । ପୂର୍ବ ବର୍ଷ ମଦିନା ଗସ୍ତରେ ଆସିଥିବା ବେଳେ ଚାଷୀଙ୍କ ସହ ମିଶି କ୍ଷେତରେ ଧାନ ତଳି ରୋପଣ କରିଥିଲେ ରାହୁଲ । ସେହି ଚାଷଜମିର ଧାନରୁ ଏହି ଚାଉଳ ଉତ୍ପାଦନ କରାଯାଇଥିବା ଭୋଟର ମାନେ ତାଙ୍କୁ କହିଥିଲେ ।  ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ଲାଗି ରହିଥିବା ସମସ୍ୟା ନେଇ ତାଙ୍କୁ ଅବଗତ କରାଯାଇଥିଲା। କଂଗ୍ରେସ ସରକାରକୁ ଆସିଲେ ରାଜ୍ୟରେ ପରିବର୍ତ୍ତନ ଆସିବ ବୋଲି ଭୋଟରଙ୍କୁ ଆଶ୍ବାସନା ଦେଇଛନ୍ତି ରାହୁଲ ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe