୩ ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ ; ଟେକ୍ସାସରେ ପାଛୋଟି ନେଲେ ପ୍ରବାସୀ ଭାରତୀୟ

Advertisment

ଆମେରିକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ତିନିଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ରାହୁଲ। ଆମେରିକାର ଟେକ୍ସାସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଦସ୍ୟ ମାନେ ରାହୁଲଙ୍କୁ ସ୍ୱାଗତ କରିଥିଲେ। 

rahul--------

କନକ ବ୍ୟୁରୋ: ଆମେରିକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ତିନିଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ରାହୁଲ। ଆମେରିକାର ଟେକ୍ସାସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଦସ୍ୟ ମାନେ ରାହୁଲଙ୍କୁ ସ୍ୱାଗତ କରିଥିଲେ। 

ସୋସିଆଲ ମିଡିଆରେ ରାହୁଲ ଏହି ଭିଜୁଆଲ ସେୟାର କରିବା ସହିତ ଏଭଳି ସ୍ୱାଗତରେ ସେ ଅଭିଭୂତ ବୋଲି ଲେଖିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କିପରି ଅଧିକ ମଜବୁତ୍ ହୋଇପାରିବ, ତା ଉପରେ ରାହୁଲ ଆଲୋଚନା କରିବେ। ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ହେଉଛି ରାହୁଲ ଗାନ୍ଧୀଙ୍କ ପ୍ରଥମ ଆମେରିକା ଗସ୍ତ। ସେ ଟେକ୍ସାସର ଡଲାସରେ ଆଜି ରହିବେ ଏବଂ ୯ ଓ ୧୦ ତାରିଖରେ ୱାଶିଂଟନ୍ ଡିସି ଯିବେ। ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ। ୟୁପିର ରାଏବରେଲି ଓ କେରଳର ୱାଏନାଡରୁ ଜିତିଥିଲେ। କିନ୍ତୁ ପରେ ରାଏବରେଲିକୁ ନିଜେ ରଖି ୱାଏନାଡ ସିଟକୁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଛାଡି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe