କନକ ବ୍ୟୁରୋ:  ଗତ କିଛି ବର୍ଷ ହେଲା କଂଗ୍ରେସର ବ୍ରାଣ୍ଡ ଭୋଟର କୁହାଯାଉଥିବା ଆଦିବାସୀ ଦଳଠାରୁ ପ୍ରାୟତଃ ଦୂରେଇ ଯାଇଥିଲେ । ଆଉ ଏବେ ପୁଣି ଥରେ ସେହି କୋର ଭୋଟରଙ୍କୁ ନିଜ ପାଖକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି ରାହୁଲ । ଆଦିବାସୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛି । ଯାହାକୁ କଡ଼ା କାଉଣ୍ଟର କରିଛି ବିଜେପି । 

Advertisment

ଓଡ଼ିଶା ଗସ୍ତ ଅବସରରେ ଭୋଟର ଆଦିବାସୀଙ୍କ ମନ ଜିଣିବାକୁ ଭରପୂର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଜଳ, ଜଂଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର, ଆଦିବାସୀଙ୍କୁ ଜମି ପଟ୍ଟା ଓ ପେଷା ଆଇନ ଲାଗୁ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ କଂଗ୍ରେସ ସରକାର ଆସିଲେ ପେସା ଆଇନ ଲାଗୁ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ଆଦିବାସୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରାହୁଲ ଘେରିବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବମନ୍ତ୍ରୀ । ପାଲଟା ଟାର୍ଗେଟ କରି କହିଛନ୍ତି, ପୂର୍ବରୁ ଶାସନରେ ଥିବା କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ ପାଇଁ କିଛି ହୋଇନଥିଲା । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିଛି। ରାହୁଲ ଗାନ୍ଧୀ ତାଙ୍କ ଦଳର ନେତା ଓ କର୍ମୀଙ୍କ ଜୋସ୍ ବଢ଼ାଇବା ପାଇଁ ଆସିଛନ୍ତି ।  ଗତ କିଛି ବର୍ଷ ହେଲା ଜମି ଓ ଜଂଗଲ ଉପରେ ଆଦିବାସୀଙ୍କ ଅଧିକାରକୁ ନେଇ ଲାଗି ରହିଛି ବିବାଦ। ପେସା ଆଇନ ଲାଗୁକୁ ନେଇ ମଧ୍ୟ ବିବାଦ ଲାଗି ରହିଛି ।