ଭୋଟ୍ ଚୋରିକୁ ନେଇ ଅଭିଯାନ ଲଞ୍ଚ୍ କଲେ ରାହୁଲ; ଲୋକଙ୍କୁ ମାଗିଲେ ସମର୍ଥନ

ଭୋଟର ଲିଷ୍ଟରେ ହେଉଥିବା ଅନିୟମିତତାକୁ ନେଇ କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଏକ ଅଭିଯାନ ଲଞ୍ଚ୍ କରିଛନ୍ତି । ସେ କହିଛନ୍ତି ଯେ, ଭୋଟ୍ ଚୋରି ହେଉଛି ଗଣତନ୍ତ୍ରର ସିଦ୍ଧାନ୍ତ ଉପରେ ଆକ୍ରମଣ । ସ୍ୱତନ୍ତ୍ର ଓ ସ୍ୱାଧୀନ ନିର୍ବାଚନ ପାଇଁ ସ୍ୱଚ୍ଛ ଭୋଟର ଲିଷ୍ଟ ଅନିବାର୍ଯ୍ୟ ଅଟେ ।

Rahul Gandhi

Rahul Gandhi Photograph: (KANAK NEWS)

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟ୍ ଚୋରି ପ୍ରସଙ୍ଗ ଥମିବାର ନା ନେଉନି ।  ଖାସ୍ କରି ରାହୁଲ ଗାନ୍ଧୀ ଜୋରସୋରରେ ଏହି ପ୍ରସଙ୍ଗ ଉଠାଉଥିବାବେଳେ, ନିର୍ବାଚନ ଆୟୋଗ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ପ୍ରୋଜେକ୍ସନ ଲଗାଇ ଏ ଉପରେ ନିର୍ବାଚନ ଆୟୋଗକୁ ତୀର ମାରିଥିବାବେଳେ, ଏବେ ଏହି ପ୍ରସଙ୍ଗରେ ଏକ ଅଭିଯାନ ମଧ୍ୟ ଲଞ୍ଚ୍ କରିଛନ୍ତି ।

ଭୋଟର ଲିଷ୍ଟରେ ହେଉଥିବା ଅନିୟମିତତାକୁ ନେଇ କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଏକ ଅଭିଯାନ ଲଞ୍ଚ୍ କରିଛନ୍ତି । ସେ କହିଛନ୍ତି ଯେ, ଭୋଟ୍ ଚୋରି ହେଉଛି ଗଣତନ୍ତ୍ରର ସିଦ୍ଧାନ୍ତ ଉପରେ ଆକ୍ରମଣ । ସ୍ୱତନ୍ତ୍ର ଓ ସ୍ୱାଧୀନ ନିର୍ବାଚନ ପାଇଁ ସ୍ୱଚ୍ଛ ଭୋଟର ଲିଷ୍ଟ ଅନିବାର୍ଯ୍ୟ ଅଟେ ।

ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବିଜେପି ଏବଂ ନିର୍ବାଚନ ଆୟୋଗ ଉପରେ ବର୍ଷିଛନ୍ତି । ଏହାସହ ଲୋକମାନଙ୍କୁ ମଧ୍ୟ ସେ ଭୋଟ୍ ଚୋରି ରୋକିବାକୁ ଅପିଲ୍ କରିଛନ୍ତି । ଅନ୍ୟପଟେ ଏହି ଅଭିଯାନରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe