କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା । ରାହୁଲ ଗାନ୍ଧୀଙ୍କ ଅଚାନକ୍ ବିଦେଶ ଗସ୍ତ ନେଇ ରାଜନୈତକ ସ୍ତରରେ ପୁଣି ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି । ବିହାରରେ ଭୋଟ୍ ଅଧିକାର ଯାତ୍ରା ପରେ ରାହୁଲ ଏବେ ମାଲେସିଆରେ ଅବସର ବିନୋଦନ କରୁଥିବା ଏକ ଫଟୋ ଦେଖାଇ ଦାବି କରିଛି ବିଜେପି । ଦଳର ଆଇଟି ସେଲ୍ ପ୍ରମୁଖ ଅମିତ ମାଲବୀୟ ଦାବି କରିଛନ୍ତି ଯେ ରାହୁଲ ମାଲେସିଆରେ ଅବସର ବିନୋଦନ କରୁଛନ୍ତି । ଏନେଇ ସେ ଏକ ଫଟୋ ଦେଖାଇଛନ୍ତି । ଫଟୋରେ ରହୁଲଙ୍କୁ ଏକ ଧଳା ଟୋପି ଓ ଜିନ୍ ସାର୍ଟରେ ଦେଖିବାକୁ ମିଳୁଛି । ବିଜେପି ଅଭିଯୋଗ କରିଛି ଯେ ଦେଶର ସାଧାରଣ ଲୋକ ନାନା ସମସ୍ୟାରେ ଛନ୍ଦି ହେଉଥିବା ବେଳେ କଂଗ୍ରେସ ଯୁବରାଜ ଅବସର ବିନୋଦନ ପାଇଁ ଚୁପ୍ ଚାପ୍ ବିଦେଶ ଚାଲିଯାଉଛନ୍ତି । ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସଂସଦ ଅଧିବେଶନ ଅଧାରୁ ରାହୁଲ ବିଦେଶ ଚାଲିଯାଇଥିଲେ । ବିରୋଧୀ ଦଳ ନେତା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥାଇ ରାହୁଲଙ୍କ ଏପରି ଆଚରଣକୁ ବିଜେପି ପ୍ରଶ୍ନ କରିଛି । ପୂର୍ବରୁ ରାହୁଲ ଭିଏତନାମ୍ ଯାଇଥିବା ବେଳେ ତାଙ୍କର ଏତେ ଭିଏତନାମ୍ ପ୍ରୀତି କାହିଁକି ବୋଲି ବିଜେପି ନେତା ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଥିଲେ। ଏବେ ରାହୁଲଙ୍କ ଏପରି ଗସ୍ତ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ବିଜେପି ଅଭିଯୋଗ କରିଛି ।
ରାହୁଲ ଗାନ୍ଧୀଙ୍କୁ ନେଇ ପୁଣି ଚର୍ଚ୍ଚା
ରାହୁଲ ଗାନ୍ଧୀ ଏବେ କେଉଁଠି?
ବିଜେପିର ଦାବି, ରାହୁଲ ମାଲେସିଆରେ ଅଛନ୍ତି
ବିହାରରେ ଭୋଟ୍ ଯାତ୍ରା ପରେ ରାହୁଲ କ୍ଲାନ୍ତ କି?
ଅବସର ବିନୋଦନ କରୁଛନ୍ତି ରାହୁଲ
ଫଟୋ ଦେଖାଇଲେ ବିଜେପି ଆଇଟି ସେଲ୍ ପ୍ରମୁଖ
ରାହୁଲ ଟୋପି ଓ ଜନ୍ ସର୍ଟସ ପିନ୍ଧିଛନ୍ତି
ରାଜନୈତିକ ମହଲରେ ଆଲୋଚନା, ସମାଲୋଚନା
ରାହୁଲଙ୍କ ଏପରି ଅଚାନକ ଗାଏବ ହେବା ନେଇ ପ୍ରଶ୍ନ
ସଂସଦ ଅଧିବେଶନ ବେଳେ ବି ବିଦେଶ ଯାଇଥିଲେ
ରାହୁଲ ଗାନ୍ଧୀଙ୍କ ଭିଏତନାମ୍ ଗସ୍ତ ନେଇ ପ୍ରଶ୍ନ
ରାହୁଲଙ୍କ ଭିଏତନାମ ପ୍ରୀତି କାହିଁକି: ବିଜେପି
ଏବେ ପୁଣି ମାଲେସିଆ ଯାଇଛନ୍ତି