କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଜବାବ । ବିରୋଧୀ ଦଳ ନେତାଙ୍କ ସେହି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି କମିଶନ, ଯେଉଁଥିରେ ସେ ଦାବି କରିଥିଲେ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ବଡ ଧରଣର ହେରଫେର ହୋଇଛି ।
- ଭିତ୍ତିହୀନ ବୟାନବାଜି କରନ୍ତୁ ନାହିଁ
- ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଠିକ୍ ଓ ସ୍ବଚ୍ଛ
- ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ
- ରାହୁଲ ଗାନ୍ଧୀଙ୍କୁ ଇସିଆଇଙ୍କ ତାଗିଦ
ଏଭଳି କିଛି ଶଦ୍ଧ ସହ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସଂଗୀନ ଅଭିଯୋଗର ସରଳ ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଶନିବାର ପ୍ରକାଶିତ ହିନ୍ଦୀ,ଇଂରାଜୀ ଓ ଆଞ୍ଚଳିକ ଭାଷାର ଖବର କାଗଜରେ ରାହୁଲଙ୍କ ଏକ ଆଲେଖ୍ୟ ସ୍ଥାନ ପାଇଥିଲା । ଯେଉଁଥିରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଉପରେ ପ୍ରଶ୍ନ ଉଠାଇବା ସହ ବଡଧରଣର ଭୋଟ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ । ଯାହାର ଜବାବ ରଖିଛନ୍ତି ଇସିଆଇ
କେତେ ସତ ରାହୁଲଙ୍କ ଦାବି?
- ନିର୍ବାଚନ ପ୍ରକ୍ରିୟାକୁ ଓଲଟ ପାଲଟ କରିଥିଲା ଏନଡିଏ
- ଭୋଟ୍ ଜାଲିଆତି ପାଇଁ ୫ ପ୍ରକାର ମଡେଲ ଗ୍ରହଣ କରାଯାଇଥିଲା
- ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ରିଗିଂ
- ଭୋଟର ତାଲିକାରେ ଜାଲ ଭୋଟରଙ୍କୁ ସ୍ଥାନ
- ଭୋଟର ଟର୍ଣ୍ଣଆଉଟକୁ ଅଧିକ ଦର୍ଶାଇବା
- ବିଜେପିର ବିଜୟ ଆବଶ୍ୟକତା ହେଉଥିବା ସ୍ଥାନରେ ଜାଲ୍ ଭୋଟର
- ତେଣୁ ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ିର ଶୋଚନୀୟ ପରାଜୟ ଘଟିଥିଲା
ରାହୁଲ ଗାନ୍ଧୀଙ୍କ ଯୁକ୍ତି ଅନୁଯାୟୀ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୮.୯୮ କୋଟି ଭୋଟର ଥିଲେ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ବେଳକୁ ଏହା ବୃଦ୍ଧି ପାଇ ୯.୨୯ କୋଟି ହୋଇଥିଲା । କିନ୍ତୁ ଏହାପରେ ପରେ ମାତ୍ର ୫ ମାସରେ ନଭେମ୍ବର ବେଳକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ସଂଖ୍ୟା ୪୧ ଲକ୍ଷ ବୃଦ୍ଧି ପାଇଥିଲା । ଫଳରେ ମୋଟ ଭୋଟର ସଂଖ୍ୟା ୯.୭୦ କୋଟି ହୋଇଥିଲା । ଏଥିସହ ରାହୁଲ ଏକଥାର ଆଶଙ୍କା ପ୍ରକାଶ କରିଛନ୍ତି ଯେ ମହାରାଷ୍ଟ୍ର ପରି ବିହାର ବିଧାନସଭା ନିର୍ବାଚନରେ ମ୍ୟାଚ ଫିକ୍ସିଂ ହେବ । ସେପଟେ ରାହୁଲଙ୍କ ଅଭିଯୋଗ ଉପରେ ବିଜେପି ପ୍ରତିକ୍ରିୟା ରଖିଛି
୨୦୨୪ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ କଂଗ୍ରେସ ସମାନ ଅଭିଯୋଗ ଆଣିଥିଲା । ଯାହାର ଜବାବ ରଖିବା ସହ ଅଫିସିଆଲ ୱେବସାଇଟରେ ଫଳାଫଳ ସମ୍ବନ୍ଧିତ ସମ୍ପୂର୍ଣ୍ଣ ତଥ୍ୟ ରଖି ଜବାବ ଦେଇଥିଲେ ନିର୍ବାଚନ କମିଶନ ।