୩ ଦିନ ଭିତରେ ଦୁଇଟି ସୋସିଆଲ୍ ମିଡିଆ ପୋଷ୍ଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଥମ ପୋଷ୍ଟ୍ ମେ’ ୧୭ ରେ ଓ ଦ୍ବିତୀୟଟି ମେ’ ୧୯ ରେ । ପ୍ରଥମ ପୋଷ୍ଟରେ ରାହୁଲ ପଚାରିଥିଲେ ପାକିସ୍ତାନକୁ ପୂର୍ବରୁ ସୂଚନା ଦେବା କେତେ ଦୂର ଉଚିତ ଥିଲା ? ସେନାର କେତୋଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି ? ଦ୍ବିତୀୟ ପୋଷ୍ଟରେ ରାହୁଲ ଲେଖିଛନ୍ତି ବୈଦେଶିକ ମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ? ଏହା କେବଳ ଏକ ତ୍ରୁଟି ନୁହେଁ ଅପରାଧ ଅଟେ । ଉତ୍ତର ପାଇବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରିବି ।

Advertisment

ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏକ ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ କି ଆତଙ୍କୀ ଠିକଣାକୁ ଧ୍ଵଂସ କରାଯିବା ନେଇ ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ସୂଚନା ଦେଇଥିଲା ଭାରତ । ଜୟଶଙ୍କରଙ୍କ ଏହି ବୟାନକୁ ନେଇ ତମ୍ବିତୋଫାନ ଦେଖାଦେଇଛି । ଯାହାକୁ ଏକ ବିବାଦୀୟ ପ୍ରସଙ୍ଗ କରି ବାରମ୍ବାର ପ୍ରଶ୍ନ ଉଠାଉଛି କଂଗ୍ରେସ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ଦେଶ ବିରୋଧୀ କାମର ଆଖ୍ୟା ଦେଇଛନ୍ତି । 

ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏନେଇ ସ୍ପଷ୍ଟୀକରଣ ରଖିଛି । ବିଦେଶ ମନ୍ତ୍ରୀଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଥିବା ଏମଇଏ କହିଛି । ପୂରା ଘଟଣାବଳୀକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ସେନାର ପରାକ୍ରମକୁ ପ୍ରଶଂସା କରିବା ବଦଳରେ ବିଜେପି ରାଜନୀତିକରଣ କରିବା ଦୁର୍ବଳ ମାନସିକତାକୁ ଦର୍ଶାଉଥିବା ଦଳ କହିଛି । ପାକିସ୍ତାନ ବିରୋଧରେ ସରକାରଙ୍କ ସହ ବିରୋଧୀ ଏକାଠି ଅଛନ୍ତି ବୋଲି କହି ଆସୁଛନ୍ତି । ଅନ୍ୟପଟେ ବିଦେଶ ମନ୍ତ୍ରୀଙ୍କ ବୟାନକୁ ନେଇ କଂଗ୍ରେସର ଆଭିମୁଖ୍ୟ ଏବେ ପ୍ରଶ୍ନ ଘେରରେ ।