କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ପୁରା ଫୋକସ ଏବେ ବିହାର ଉପରେ ରହିଛି । ଲୋକସଭା ନିର୍ବାଚନ ପରେ ହରିଆଣା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ଦେଖି ଲାଗୁଥିଲା କି, କଂଗ୍ରେସ ପାଇଁ ୨୦୨୫ ମଧ୍ୟ ସେହିଭଳି କଟିବ । 

Advertisment

ଦିଲ୍ଲୀ ନିର୍ବାଚନ ଫଳାଫଳର ସଂଖ୍ୟାକୁ ଦେଖିଲେ କେହି ବି କହିବ କଂଗ୍ରେସର ଆକାଉଣ୍ଟ ଶୂନ୍ୟ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଦିଲ୍ଲୀରେ କଂଗ୍ରେସ ପୁରା ଦମରେ ଲଢୁଥିବାର ନଜର ଆସିଥିଲା । ଦିଲ୍ଲୀ ନିର୍ବାଚନରେ କଂଗ୍ରେସକୁ କିଛି ନମିଳିବା ଭିତରେ ଅନେକ କିଛି ମିଳିଛି । ସବୁଠାରୁ ବଡ ଉପଲବ୍ଧି ହେଉଛି ବିଭିନ୍ନ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ କାରଣ ପାଲଟିଥିବା ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ପରାଜିତ ହୋଇଛି ।

ହରିଆଣା, ଜମ୍ମୁ, ମହାରାଷ୍ଟ୍ରରେ କଂଗ୍ରେସର ପରାଜୟ କିନ୍ତୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ କଂଗ୍ରେସର ଆତ୍ମବିଶ୍ବାସ ବଢିଛି । ସେପଟେ ବିହାରରେ କଂଗ୍ରେସ ନେତା ଓ କର୍ମୀଙ୍କ ସକ୍ରିୟତା ଦେଖିଲେ ଲାଗୁଛି କି, ଆରଜେଡିକୁ କଂଗ୍ରେସ ବିଶେଷ ଭାଉ ଦେଉନାହିଁ । 

ବିହାର ନିର୍ବାଚନ ପୂର୍ବରୁ ଗୋଟିଏ ପଟେ ବିଜେପି ନୀତିଶ କୁମାରଙ୍କୁ ବଡ ଭାଇ ବୋଲି ସ୍ବୀକାର କରିଥିବା ବେଳେ କଂଗ୍ରେସ କିନ୍ତୁ ଆରଜେଡିର ବି ଟିମ୍ ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

ବିହାରରେ କଂଗ୍ରେସ ପାଇଁ ଦିଲ୍ଲୀ ଠାରୁ ଅଧିକ ସୁଯୋଗ ରହିଛି । ଦିଲ୍ଲୀ ଭଳି ବିହାରରେ କଂଗ୍ରେସ କେବେ ଅଲଆଉଟ ହୋଇନାହିଁ । ହେଲେ ଉତ୍ତରପ୍ରଦେଶ ଠାରୁ ବିହାରରେ କଂଗ୍ରେସର ସ୍ଥିତି ମଜବୁତ ରହିଛି ।

୨୦୧୭ ରେ ଉତ୍ତରପ୍ରଦେଶ ନିର୍ବାଚନ ପରେ କଂଗ୍ରେସ ଉପର ସମାଜବାଦୀ ପାର୍ଟି ନେତାମାନେ ବିରକ୍ତିଭାବ ପ୍ରକାଶ କରିଥିଲେ । ସେହିଭଳି ୨୦୨୦ ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ଆରଜେଡି ନେତାମାନେ କଂଗ୍ରେସ ଉପରେ ବିରକ୍ତିଭାବ ପ୍ରକାଶ କରିଥିଲେ । କାରଣ କଂଗ୍ରେସ ଆସନ ବୁଝାମଣା ବେଳେ ଜିଦ କରି ଅଧିକ ଆସନ ନେଇଥିଲେ ବି ଷ୍ଟ୍ରାଇକ ରେଟ୍ ବେସ୍ କମ୍ ରହିଥିଲା । ଆଉ ଗୋଟିଏ ଦିଗକୁ ବିଚାର କଲେ ପପୁ ଯାଦବ ଓ କହ୍ନେୟା କୁମାର କଂଗ୍ରେସରେ ଯୋଗଦେବା ନେଇ ଆରଜେଡି ଅସନ୍ତୋଷ୍ଟ ଥିଲା ।
ପ୍ରକୃତରେ ଲାଲୁ ଯାଦବ ଚାହୁଁଥିଲେ କି କୌଣସି ପରିସ୍ଥିତିରେ କହ୍ନେୟା କୁମାର ଓ ପପୁ ଯାଦବ କଂଗ୍ରେସରେ ସାମିଲ ନହୁଅନ୍ତୁ । କହ୍ନେୟା କୁମାର ମାମଲାରେ ଆରଜେଡି ଉପରେ ସେଭଳି ପ୍ରଭାବ ପଡିନଥିବା ବେଳେ ପପୁ ଯାଦବ କିନ୍ତୁ ଆରଜେଡି ଉପରେ ଭାରି ପଡିଥିଲେ ।

ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିହାର ରାଜଧାନୀ ପାଟନାରେ କଂଗ୍ରେସ ବାରମ୍ବାର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି । ଦଳର ରାଜ୍ୟ ପ୍ରଭାରୀ କୃଷ୍ଣା ଅଲ୍ଲାବରୁ ପାଟନାରେ ଢେରା ପକାଇଛନ୍ତି । ଲଗାତର ଭାବେ କଂଗ୍ରେସ ନେତାଙ୍କ ସହ ଆଲୋଚନା ଚଳାଇଛନ୍ତି । ବିହାର ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ପ୍ରଶ୍ନ ସେତେବେଳ ପର୍ୟ୍ୟନ୍ତ ଚାଲିବ ଯେତେବେଳ ପର୍ୟ୍ୟନ୍ତ ନିର୍ବାଚନ ଫଳାଫଳ ଆସିନାହିଁ। ହେଲେ ପ୍ରସ୍ତୁତିକୁ ନେଇ ସଂକେତ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ଦିଲ୍ଲୀ ଭଳି ବିହାରରେ ମୋର୍ଚ୍ଚା ସମ୍ଭାଳିବେ ରାହୁଲ !
ଭାରତ ଯୋଡ ଯାତ୍ରା ଭଳି ବିହାରରେ ରାହୁଲ ଗାନ୍ଧୀ ବିହାର ଯାତ୍ରା କରିପାରନ୍ତି । ସେପଟେ ସ୍ବାମୀ ସହଜାନନ୍ଦ ସରସ୍ବତୀଙ୍କ ସମାରୋହରେ ଯୋଗ ଦେଇ ପ୍ରଭାରୀ କୃଷ୍ଣା କହିଛନ୍ତି କି, ବିହାରରେ କଂଗ୍ରେସ ଆରଜେଡିର  ବି ଟିମ୍ ନୁହେଁ ବରଂ ଏ ଟିମ୍ ଭଳି ଲଢିବ । ଏଥିରୁ ଅନୁମାନ କରାଯାଉଛି କି, ବିହାରରେ କଂଗ୍ରେସ ଏକାକୀ ଲଢିବ ନଚେତ ମେଣ୍ଟରୁ ଅଧିକ ଆସନ ହାତେଇବାକୁ ଏଭଳି ମାହୋଲ ତିଆରି କରୁଛି । କୃଷ୍ଣାଙ୍କ ବୟାନ ଓ କହ୍ନେୟା କୁମାର ଏବଂ ପପୁ ଯାଦବଙ୍କ ସକ୍ରିୟତା ଦେଖିବା ପରେ କଂଗ୍ରେସ ଏକାକୀ ଲଢିବ ବୋଲି ଜୋରଦାର ଆଲୋଚନା ହେଉଛି ।