କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ । ବରମୁଣ୍ଡା ପଡ଼ିଆରେ ସାଧାରଣ ସଭା କାର୍ଯ୍ୟକ୍ରମରେ ଦେବେ ଯୋଗ । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ଏଥିପାଇଁ ବରମୁଣ୍ଡା ପଡ଼ିଆରେ କଂଗ୍ରେସ କର୍ମୀଙ୍କ ଗହଳି ଜମିବା ଆରମ୍ଭ ହୋଇଗଲାଣି । ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚିଛନ୍ତି । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ କଂଗ୍ରେସ ନେତା କର୍ମୀ ବରମୁଣ୍ଡା ପଡିଆରେ ଆସି ପହଞ୍ଚି ସାରିଛନ୍ତି । ଦିନ ୧୨ଟାରେ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ ।
ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ
ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ଏଥିପାଇଁ ବରମୁଣ୍ଡା ପଡ଼ିଆରେ କଂଗ୍ରେସ କର୍ମୀଙ୍କ ଗହଳି ଜମିବା ଆରମ୍ଭ ହୋଇଗଲାଣି । ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
/kanak/media/media_files/2025/07/11/42rahul-2025-07-11-11-51-57.jpg)