ସଂସଦରେ ମୁହାଁମୁହିଁ ରାହୁଲ ଗାନ୍ଧୀ ଓ ଅନୁରାଗ ଠାକୁର: ଦେଶର ସୀମା ଭିତରେ ୪୦୦୦ କିଲୋମିଟର ସ୍ଥାନ ଚୀନ ଅକ୍ତିଆର କରିଥିବା ନେଇ ବିରୋଧୀ ଦଳ ନେତାଙ୍କ ଦାବି

Advertisment

ଆଜି ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେପି ସାଂସଦ ଅନୁରାଗ ଠାକୁର । ଆମେରିକାର ଟାରିଫ ଏବଂ ଚୀନ ସହ ସୀମା ବିବାଦକୁ ନେଇ ସରକାରଙ୍କୁ ରାହୁଲଙ୍କ କଡା ସମାଲୋଚନା ପରେ ଜବାବ ରଖିଛନ୍ତି ବିଜେପି ସାଂସଦ ।

ଆଜି ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେପି ସାଂସଦ ଅନୁରାଗ ଠାକୁର । ଆମେରିକାର ଟାରିଫ ଏବଂ ଚୀନ ସହ ସୀମା ବିବାଦକୁ ନେଇ ସରକାରଙ୍କୁ ରାହୁଲଙ୍କ କଡା ସମାଲୋଚନା ପରେ ଜବାବ ରଖିଛନ୍ତି ବିଜେପି ସାଂସଦ ।

rahul anurag

Photograph: (kanak news)

କନକ ବ୍ୟୁରୋ: ଆଜି ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେପି ସାଂସଦ ଅନୁରାଗ ଠାକୁର । ଆମେରିକାର ଟାରିଫ ଏବଂ ଚୀନ ସହ ସୀମା ବିବାଦକୁ ନେଇ ସରକାରଙ୍କୁ ରାହୁଲଙ୍କ କଡା ସମାଲୋଚନା ପରେ ଜବାବ ରଖିଛନ୍ତି ବିଜେପି ସାଂସଦ । ରାହୁଲ କହିଛନ୍ତି, ଚୀନ ଆମ ଦେଶର ସୀମା ଭିତରେ ୪୦୦୦ କିଲୋମିଟର ସ୍ଥାନ ଉପରେ ବସିଛି । ବିଜେପି ସରକାର ଚୀନକୁ ୪୦୦୦ ସ୍କୋୟାର କିଲୋମିଟର ଜମି ଦେଇଦେଇଥିଲା କିନ୍ତୁ ୪୦୦୦ କିଲୋମିଟର ଜମି ନେଇଯାଇଛି ଚୀନ । ୨୦ ଯବାନ ସଦିହ ହୋଇଛନ୍ତି । କିନ୍ତୁ ଆମେ ସେମାନଙ୍କ ସହ କେକ କାଟୁଛୁ ବୋଲି କହିଛନ୍ତି ରାହୁଲ । ଏନେଇ ସେ ଚୀନ ରାଷ୍ଟ୍ରଦୂତଠୁ ଖବର ପାଇଥିବା ଦାବି କରିଛନ୍ତି । ଯାହାର ଜବାବ ରଖି ଅନୁରାଗ ଠାକୁର କହିଛନ୍ତି, ଯେଉଁମାନେ ଭାରତ-ଚୀନ ଉପରେ କଥା କହୁଛନ୍ତି ସେମାନେ ଚୀନ ସହ ସୁପ ପିଉଛନ୍ତି । କେଉଁ ସମୟରେ ଚୀନ ଉକ୍ତ ଅଞ୍ଚଳ ଉପରେ ଅଧିକାର ବିସ୍ତାର କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । କାହିଁକି ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନଠୁ ଅନୁଦାନ ଆଣିଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe