କନକବ୍ୟୁରୋ:ପୁଣିଥରେ କୋଚିଂ ଭୁମିକାରେ ନଜର ଆସିବେ ଦ ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ । ଏଥର ଆଇପିଏଲରେ କୋଚିଂ ଦେବେ ଦ୍ରାବିଡ ,ଜାତୀୟଗଣମାଧ୍ୟମ ର ସୂଚନା ଅନୁସାରେ ୨୦୨୫ ଆଇପିଏଲ ରାଜସ୍ଥାନ ରୟାଲ୍ସରେ ଯୋଗଦେବେ ରାହୁଲ ଦ୍ରାବିଡ ।

Advertisment

ବିଶ୍ବକପ ଟି-ଟୋଣ୍ଟି ଭାରତୀୟ ଦଳ ବିଜେତା ହୋଇଥିବା ବେଳେ ଦ୍ରାବିଡ ଥିଲେ ମୁଖ୍ୟ ପ୍ରଶିକ୍ଷକ ।ଆଗରୁ ମଧ୍ୟ ଦ୍ରାବିଡ ରାଜସ୍ଥାନ ପକ୍ଷରୁ ଆଇପିଏଲ ରେ ଖେଳିସାରିଛନ୍ତି ଏବେ ସେହି ଫ୍ରାନଚାଇଜ ରେ ମୁଖ୍ୟ କୋଚ ଭାବେ ଯୋଗ ଦେବେ। ଖାଲି ଦ୍ରାବଡ ନୁହନ୍ତି ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟର ବିକ୍ରମ ରାଥୋର ମଧ୍ୟ ସହାୟକୋଚ ଭାବେ ରାଜସ୍ଥାନ ରୟାଲ୍ସରେ ଯୋଗଦେବେ ।