Rasulpur festival Photograph: (KanakNews)
କନକ ବ୍ୟୁରୋ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହରିପୁରର ରାହାସ ଉତ୍ସବ । ଗୌଡ଼ୀୟ ବୈଷ୍ଣବ ଧର୍ମର ଅନନ୍ୟ ପରମ୍ପରା ଓ ରାଧାକୃଷ୍ଣ ପ୍ରେମର ନିଦର୍ଶନ ଏହି ଉତ୍ସବ । କାହିଁ କେତେ ବର୍ଷ ତଳୁ ହରିପୁର ଅଞ୍ଚଳରେ ଏହା ପାଳିତ ହୋଇ ଆସୁଛି । ସୋଲ ଓ ଜମ୍ବୁରା କାଗଜରେ ସଜା ହୋଇଥିବା କୁଞ୍ଜରେ ଶୋଭା ପାଉଛନ୍ତି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର କାରିଗର ଓ କଲିକତାର କାରିଗର ୨ମାସ ଧରି ଲାଗି ପ୍ରସ୍ତୁତ କରିଥାନ୍ତି ।
ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଇତିହାସରୁ ଜଣାଯାଏ ଯେ ବେଷ୍ଣବ ଧର୍ମର ପ୍ରଚାରକ ମହାପ୍ରଭୁ ଚୈତନ୍ୟଙ୍କ ପୂର୍ବଜ ଯାଜପୁରର ବାସିନ୍ଦା । ତେଣୁ ହରିପୁର ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଥିବାର ଅନୁମାନ କରଯାଏ । ତେଣୁ ହରିପୁର ଅଞ୍ଚଳର ବିଭିନ୍ନ ମଠରେ ଆନନ୍ଦ ଉଲ୍ଲାସରେ ପାଳିତ ହୁଏ ରାହାସ ଯାତ୍ରା । କାର୍ତ୍ତିକ ମାସ ପଞ୍ଚୁକରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ଉତ୍ସବ ଆସନ୍ତା ୧୨ ତାରିଖରେ ଶେଷ ହେବ। ଯାହାକୁ ଦେଖିବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି ।
Follow Us