କନକ ବ୍ୟୁରୋ : କଟକ ବଡ଼ମ୍ବାରେ ଦେବୀ ମିଶ୍ରଙ୍କୁ ବଡ଼ ଝଟକା । ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସକାଳୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ସେ ବିଜେଡି ଛାଡିବା ପରେ ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା ଲାଗିଛି ।
ବଡ଼ମ୍ବା ନିର୍ବାଚନମଣ୍ଡଳୀ ରାଜନୀତିରେ ନୂଆ ସମୀକରଣ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ୨୫ରୁ ଅଧିକ ସମିତି ସଭ୍ୟ, ସରପଞ୍ଚ ପୁରୀରେ ଏକାଠି ହୋଇଥିଲେ । ଏହା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି । ଆଜି ସହକର୍ମୀଙ୍କ ସହ ସେ ବିଜେପିରେ ମିଶିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/12/02/03Is6CG4iH2tVx0sAe3o.jpg)