dr34ed Photograph: (tt34)
କନକ ବ୍ୟୁରୋ : ଓଡିଶା ରାଜ୍ୟପାଳ ପଦରୁ ହଟିବା ପରେ ରଘୁବର ଦାସଙ୍କୁ ତାଙ୍କ ଘରୋଇ ରାଜ୍ୟ ଝାଡଖଣ୍ଡର ରାଜଧାନୀ ରାଂଚିରେ ଜୋରଦାର ସ୍ବାଗତ। ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ମାତ୍ର ଦିନକ ପରେ ନିଜ ରାଜ୍ୟ ଝାଡଖଣ୍ଡରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା, ପୁଣି ଥରେ ରଘୁବରଙ୍କ ରାଜନୀତିକୁ ଫେରିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ରଘୁବରଙ୍କ ପ୍ରତିକ୍ରିୟା ବି ଚର୍ଚ୍ଚାକୁ ଆହୁରି ବଳ ଦେଇଛି ।
ଝାଡଖଣ୍ଡରେ ବିଜେପିର ଶୋଚନୀୟ ପରାଜୟ ପରେ କର୍ମୀ ମହଲରେ ହତାଶା ଭାବ ଦେଖାଦେଇଛି । ରଘୁବର ଦାସ ଝାଡଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ପୁରା ୫ ବର୍ଷ ଶାସନ କରିଥିଲେ । ଚର୍ଚ୍ଚା ହେଉଛି, ଝାଡଖଣ୍ଡ ରାଜନୀତିରେ ରଘୁବର ଦାସ ଜଣେ ସ୍ପଷ୍ଟବାଦୀ ନେତା ଭାବେ ବେଶ୍ ଜଣାଶୁଣା । ତେଣୁ ତାଙ୍କୁ ଆଣି ରାଜ୍ୟ ବିଜେପିକୁ ବୁଷ୍ଟର ଡୋଜ ଦେବାକୁ ପ୍ରୟାସ କରିବା ଚର୍ଚ୍ଚା ହେଉଛି ।
ରାଂଚିରେ ବିଜେପିର ସକ୍ରିୟ ସଦସ୍ୟ ହେବା ପରେ ଦିଲ୍ଲୀ ଯାଇପାରନ୍ତି ରଘୁବର ଦାସ। ଆଉ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ପରେ ରଘୁବରଙ୍କୁ କେଉଁ ଦାୟିତ୍ବ ଦିଆଯିବ ତା ଉପରେ ନଜର ରହିଛି।
Follow Us