କନକ ବ୍ୟୁରୋ : କୋରାପୁଟ ଲକ୍ଷ୍ମୀପୁର ପଞ୍ଚଡ଼ା ସେବାଶ୍ରମରୁ ଆସିଛି ସାଂଘାତିକ ଅଭିଯୋଗ । ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ୪ ଜଣ ସିନିଅର ଷ୍ଟୁଡେଣ୍ଟ ଗୋଡ଼ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ନେଇ ଥାନାରେ ପରିବାର ଲୋକଙ୍କ ଏତଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଚୋରି ଅଭିଯୋଗରେ ୪ ଛାତ୍ରଙ୍କୁ ୪ ଲକ୍ଷର ଫାଇନ୍ । ମାଲକାନଗିରି ଏମ୍ଭି-୬୮ ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ ଚୋରି କରିଥିବା ଅଭିଯୋଗ ହେବା ପରେ ମୁହାଁମୁହିଁ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ।
ଏପଟେ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ପିଲାଙ୍କ କ୍ରିକେଟ୍ କଳିରୁ ମହାଭାରତ । ଫ୍ଲାଟ୍ ଭିତରେ ଉଲଗ୍ନ କରି ବ୍ୟାଟରେ ପିଟିଲେ ମହିଳା । ଆଉ ପିଲାଙ୍କ କଳି ଯାଇ ପହଞ୍ଚିଛି ଥାନାରେ। କ୍ରିକେଟ ଖେଳକୁ ନେଇ ଦୁଇ ପିଲାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଜଣେ ପିଲାର ମାଆ ଅନ୍ୟ ଜଣେ ପିଲାକୁ ଉଲଗ୍ନ କରି ବ୍ୟାଟ୍ରେ ପିଟିଥିବା ଅଭିଯୋଗ ହୋଇଛି ।
ସେବାଶ୍ରମରେ ଛାତ୍ରଙ୍କୁ ରାଗିଂ ! ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ୪ ଜଣ ସିନିଅର ଷ୍ଟୁଡେଣ୍ଟ ଗୋଡ଼ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ନେଇ ଥାନାରେ ପରିବାର ଲୋକଙ୍କ ଏତଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/09/25/ragging-2025-09-25-20-40-10.jpg)