କନକ ବ୍ୟୁରୋ: କେରଳର ଏକ ମେଡିକାଲ କଲେଜରୁ ଆସିଛି ରାଗିଂର ଭୟାବହ ଚିତ୍ର । ରାଗିଂ ନାଁରେ ଜୁନିୟର ଛାତ୍ରଙ୍କ ସହ ଅମାନବୀୟ କାଣ୍ଡ କରିଛନ୍ତି ସିନିୟର ଛାତ୍ର । ପ୍ରଥମ ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ଅକଥନୀୟ ଭାବେ ଶାରୀରିକ ଓ ମାନସିକ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି ।
ଗୁପ୍ତାଙ୍ଗରେ ଡମ୍ବଲ ଲଟକାଇବା , କ୍ଷତାକ୍ତ କରିବା ସହ ଅଧିକାଂଶ ସମୟରେ ଉଲଗ୍ନ କରି ରାଗିଂ କରୁଥିବା ଅଭିଯୋଗ ହୋଇଛି । ପୀଡିତ ଛାତ୍ର ଚିତ୍କାର କରିବା ସମୟରେ ତାଙ୍କୁ ଚୁପ କରିବାକୁ ମୁହଁରେ ଲୋସନ ଭର୍ତ୍ତି କରୁଥିଲେ ସିନିୟର । କେବଳ ସେତିକି ନୁହେଁ ରାଗିଂ ସମୟର ଭିଡିଓକୁ ସୁଟିଂ କରି ବାରମ୍ବାର ଧମକ ଦେଇ ମୁହଁ ବନ୍ଦ କରିବାକୁ କହୁଥିଲେ ସିନିୟର ଛାତ୍ର । ଏପରିକି ମଦ ଓ ନିଶା ସେବନ ପାଇଁ ଜୁନିୟର ଛାତ୍ରଙ୍କଠାରୁ ପ୍ରତି ସପ୍ତାହରେ ମୋଟା ଅଙ୍କର ଟଙ୍କା ମାଗୁଥିଲେ ।
ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି, ୨୦୨୪ ନଭେମ୍ବର ମାସରୁ ଚାଲିଥିବାବେଳେ ଏବେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡିତ ଛାତ୍ର ଓ ପରିବାର । ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି କୋଚି ପୁଲିସ । ନିକଟରେ୧୫ ବର୍ଷର ଜଣେ ସ୍କୁଲ ଛାତ୍ର ରାଗିଂ ଅତ୍ୟାଚାର ସହିନପାରି ଆତ୍ମହତ୍ୟା କରିଥଲେ । କିଛି ଦିନ ନଯାଉଣୁ ଏଭଳି ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।
ନିକଟରେ କେରଳ କୋଚିରେ ମଧ୍ୟ ସ୍କୁଲରେ ୧୫ ବର୍ଷର ଛାତ୍ରକୁ ରାଗିଂ କରିବା ପରେ ଛାତ୍ର ଜଣକ ୪୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ସେ ରହୁଥିବା ୨୬ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଏବେ ଚର୍ଚ୍ଚାରେ। ଛାତ୍ର ଜଣକ କଳା ହୋଇଥିବାରୁ ତାଙ୍କୁ ସିନିୟରମାନେ ତାଙ୍କୁ ଉଭୟ ଶରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ। ଏପରିକି ଛାତ୍ର ଜଣକୁ ଟଏଲେଟ୍ ପ୍ୟାନକୁ ଚାଟିବା ଓ ଫ୍ଲସରେ ମୁଣ୍ଡ ମାଡିଦେଇଥିଲେ। ଏସବୁ ସହିନପାରି ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/pK8iQ8YJuz7js1iDlpSc.jpg)