କନକ ବ୍ୟୁରୋ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଘଟଣା ସତ। ହଷ୍ଟେଲ ଛାଡ଼ିଲେ ୧୦ଜଣ ନିଲମ୍ୱିତ ଛାତ୍ର। ଇଷ୍ଟ ହଷ୍ଟେଲରେ ହୋଇଥିବା ରାଗିଂ ଘଟଣା ସତ ବୋଲି ମାନିଛନ୍ତି ହଷ୍ଟେଲର ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ର । ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି । ଭିଡିଓ ଫଟୋ ସବୁ କିଛି ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି । ଗତ ରାତି ୧୨ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ । ଆଣ୍ଟି ରାଗିଙ୍ଗ କମିଟିର ତଦନ୍ତ ଶେଷ ହେବା ଯାଏଁ ନିଲମ୍ବିତ ନିର୍ଦ୍ଦେଶ କାଏମ ରହିବ । ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସା କର୍ତ୍ତପକ୍ଷ ତୁରନ୍ତ ୧୦ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଛନ୍ତି ।
ରେଭେନ୍ସା ରାଗିଂ ଘଟଣା ସତ
- ୧୦ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ
- ଘଟଣା ବେଳେ ଡେପୁଟି ୱାର୍ଡେନ୍ ଓ ଆଣ୍ଟି ରାଗିଂ ସ୍କ୍ୱାର୍ଡର ୨ଜଣ ସଦସ୍ୟ ଉପସ୍ଥିତ ଥିଲେ
- ଏହାର ଭିଡିଓ ପ୍ରମାଣ ମଧ୍ୟ ଅଛି
- ଆଣ୍ଟି ରାଗିଂ କମିଟି ତଦନ୍ତ ଆରମ୍ଭ କରିଛି
- ନିଲମ୍ବିତ ଛାତ୍ର କହିଛନ୍ତି, ରାଗିଂ ନେଇ କୌଣସି ଛାତ୍ର ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିନାହାଁନ୍ତି
- ଉଦ୍ଦେଶ୍ୟମୂଳକ ଭାବେ ରେଭେନ୍ସା କର୍ତ୍ତୃପକ୍ଷ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିଛନ୍ତି ।