କନକବ୍ୟୁରୋ : ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ , ରେଜ୍ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଲୋକପ୍ରିୟ କାର୍ଯ୍ୟକ୍ରମ ସ୍ୱୟଂସିଦ୍ଧା-୨୦୨୬ ଓ ୫ମ ସ୍ୱୟଂସିଦ୍ଧା । ସମ୍ମାନ କଟକ ସ୍ଥିତ ସହୀଦ୍ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପରିବାର ଓ ପରିବେଶରୁ ଅସାଧାରଣ ସଫଳତା ଅର୍ଜନ କରିଥିବା ଆଦର୍ଶ ଓ ପ୍ରତିଭାବାନ ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସମର୍ପିତ ଏକ ବିଶେଷ କାର୍ଯ୍ୟକ୍ରମ ସ୍ୱୟଂସିଦ୍ଧା । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂହ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ ମହାନଗର ନିଗମର ଡେପୁଟି ମେୟର ଦମୟନ୍ତୀ ମାଝି, । ପ୍ରତିଷ୍ଠିତା ଚିକିତ୍ସାବିତ୍ ପ୍ରଫେସର ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ, କଟକ ସହରାଞ୍ଚଳ ପୁଲିସ୍ ଏ.ସି.ପି ଶ୍ରୀ , ଅମିତାଭ ମହାପାତ୍ର, ଆନ୍ତର୍ଜାତୀୟ ଲୋକପ୍ରିୟ ଓଡିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଶାଶ୍ବକ ଯୋଶୀ ରୁଚି ଫୁଡଲାଇନ୍ ଅଧକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ ମହୋଦୟା । ବିଶିଷ୍ଟ ମହିଳା ଉଦ୍ୟୋଗୀ ତଥା ସମାଜ ସେବୀ ଓ ରେଜ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ରଶ୍ମି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅନନ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ମେୟର ପ୍ରକାଶ କରିଥିଲେ ଯେ ମହିଳା ମାନଙ୍କର ପ୍ରଗତୀରେ ରାଷ୍ଟ୍ରର ପ୍ରଗତୀ ,ସ୍ୱର୍ଗତଃ ଡ଼ ଶରତ କୁମାର ସାହୁଙ୍କ ସୁକନ୍ୟା ନିଜେ ଜଣେ ସ୍ୱୟଂସିଦ୍ଧା ଓ ଅନେକ ମହିଳା ମାନଙ୍କର ପ୍ରେରଣାର ଉତ୍ସ ।
/filters:format(webp)/kanak/media/media_files/2026/03/09/2-2026-03-09-10-59-30.jpeg)
ତାଙ୍କର ପ୍ରୟାସ ନିଆରା ଓ ସ୍ୱାଗତ ଯୋଗ୍ୟ । ପ୍ରଫେସର ଅର୍ପିତା ପ୍ରିୟଦର୍ଶିନୀ ପ୍ରକାଶ କରିଥିଲେ ଯେ ଇଶ୍ୱରୀୟ ସୃଷ୍ଟିରେ ନାରୀର ସୃଷ୍ଟି ଏକ ସ୍ୱତନ୍ତ୍ରତା ବହନ କରିପାରିଛି । ଅପୂର୍ବ ଶକ୍ତିର ପ୍ରତୀକ ନାରୀ ଟିଏ କିଛି ବି କରିପାରେ । ଏକ ବିଂଶ ଶତାଦ୍ଧୀର ପ୍ରତ୍ୟେକ ନାରୀ ଜଣେ ଜଣେ ସ୍ୱୟଂସିଦ୍ଧା । ଡେପୁଟି ମେୟର କହିଥିଲେ ଯେ ଆଜିର ନାରୀ ପୁରୁଷଙ୍କ ଠାରୁ ବେଶ୍ ଆଗରେ । ସମ୍ବର୍ଦ୍ଧିତ ପ୍ରତିଭା ମାନେ ନିଜ ନିଜ ସ୍ଥାନରେ ବାସ୍ତବରେ ଜଣେ ଦକ୍ଷ ଓ ପ୍ରତିଭାବାନ୍ । ଶ୍ରୀ ମହାପାତ୍ର କହିଥିଲେ । ମୋ ମା ଜଣେ ଆଦର୍ଶ ସ୍ୱୟଂସିଦ୍ଧା ଥିଲେ । ତାଙ୍କ ଆଦର୍ଶରେ ଆମେ ଆଜି ଏ ଜାଗାରେ । ସେହିପରି ରଶ୍ମି ସାହୁ ଯଦି ସ୍ୱୟଂଶିଦ୍ଧା ହୋଇପାରିଛନ୍ତି ତେବେ ସେଥିପାଇଁ ତାଙ୍କ ପିତା ସ୍ୱର୍ଗତଃ ସାହୁ ଓ ମାତା ସଙ୍ଗୀତା ସାହୁଙ୍କ ଅବଦାନ ଯଥେଷ୍ଟ । ଶ୍ରୀ ଯୋଶୀ କହିଥିଲେ ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ । ସେଠାରେ ଦେବତା ମାନଙ୍କର ନିବାସ ଥାଏ । ଅର୍ଥାତ ନାରୀମାନଙ୍କର ସମ୍ମାନରେ ପରିବାର, ସମାଜ, ପ୍ରଷ୍ପୁଟିତ ହୋଇଥାଏ । ଏହି ଅବସରରେ ଚଳିତ ବର୍ଷ ଓଡିଶାର ୯ ଜଣ ପ୍ରତିଭାବାନ୍ ମହିଳା ମାନଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା । ଆଠଗଡର ଲୋକପ୍ରିୟ ଧୂପ ବ୍ୟବସାୟୀ ଶ୍ରୀମତୀ ପ୍ରମିଳା ରାଉତକୁ ଜୀବନ ବ୍ୟାପୀ ସାଧନା ପୁରଷ୍କାରରେ ସମ୍ମାନୀତ କରାଯାଇଥିବା ବେଳେ ବିଶିଷ୍ଟ ଲେଖିକା ଭାବେ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡାଙ୍କୁ, ଶ୍ରେଷ୍ଠ ଆଦର୍ଶ ମହିଳା ଚାଷୀ ଭାବେ ମାଣ୍ଡିଆରାଣୀ ଡ ରାଇମତି ଘିଉରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଆଦର୍ଶ ମହିଳା ସମ୍ମାନରେ ବିଶିଷ୍ଠ ପ୍ରଯୋଜିକା ଓ ଅଭିନେତ୍ରୀ ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା ।
/filters:format(webp)/kanak/media/media_files/2026/03/09/1-2026-03-09-10-59-53.jpeg)
ଶ୍ରେଷ୍ଠ ମହିଳା କ୍ରୀଡାବିତ୍ ଭାବେ ଜୟଶ୍ରୀ ସ୍ୱାଇଁ, ଶ୍ରେଷ୍ଠ ମହିଳା ସାମ୍ବାଦିକ ଭାବେ ନ୍ୟୁଜ୍ ସେଭେନ୍ର ବରିଷ୍ଠ ସମ୍ବାଦିକ ଶ୍ରୀମତୀ ତପସ୍ୱନୀ ପଟ୍ଟନାୟକ, ଶ୍ରେଷ୍ଠ ମହିଳା ଉଦ୍ଦ୍ଭାବକ ଭାବେ କବିତା ତ୍ରିପାଠୀ, ଶ୍ରେଷ୍ଠ ଉଦୀୟମାନ ମହିଳା ଭାବେ କ୍ରିଷ୍ଣା ପ୍ରିୟଦର୍ଶିନୀ ରାଉତ ଏବଂ ଶ୍ରେଷ୍ଠ ମହିଳା ସମାଜ ସେବିକା ଭାବେ ଶୁଭଲକ୍ଷ୍ମୀ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଛି । କଟକ ଚୌଦ୍ୱାର ଉଦ୍ଧାର ଫାଉଣ୍ଡେସନ୍ର ଶିଶୁ କଳାକାର ମାନେ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିବା ବେଳେ ଯାଜପୁର ସେଣ୍ଟଜାଭିୟର୍ସର ଛାତ୍ରିମାନେ ଦଶବତାର ପ୍ରଦର୍ଶନ କରିଥିଲେ । ବିଶିଷ୍ଠ କଣ୍ଠଶିଳ୍ପୀ ଜୟଶ୍ରୀଧଳ ହୃଦୟସ୍ପର୍ଶୀ ସଂଙ୍ଗୀତ ଉଠ କଙ୍କାଳ. ଜାଗ ଦୁର୍ବଳ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମଙ୍କୁ ପ୍ରିତୀ ପ୍ରିୟଦର୍ଶିନୀ ଉପସ୍ଥାପନା କରିଥିବାବେଳେ ସହଯୋଗ କରିଥିଲେ ଉଲ୍ଲାସଚନ୍ଦ୍ର ବେହୁରା । ରେଜ୍ ଫାଉଣ୍ଡେସନର ସଂପାଦକ ଅଭିନାଷ ସିଂହ, ବରିଷ୍ଠ ସଦସ୍ୟ ଓ ସଦସ୍ୟା ଯଥା ଶ୍ରୀକାନ୍ତ ମହାପାତ୍ର, ଶିଳ୍ପା ଦାସ ଆଦ୍ୟାଶା ପଟ୍ଟନାୟକ, ରାଜା ନିର୍ମାଲ୍ୟ, ମନୋରଞ୍ଜନ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୱାଇଟ୍ କାନଭାସର ଚିଣ୍ଟୁମିଶ୍ର, ସନ୍ତୋଷ ନାୟକ ପ୍ରମୁଖ ଇଭେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ରେଜ ଫାଉଣ୍ଡେସନରେ ଅନୁକୁଲ୍ୟରେ ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/1-2026-03-09-10-58-25.jpeg)