Operation Sindoor Photograph: (google)
ଅପରେସନ୍ ସିନ୍ଦୂର ସମୟରେ ସାରା ବିଶ୍ଵ ଦେଖିଛି ଭାରତର ଶକ୍ତି। ଭାରତ ପ୍ରମାଣ କରି ଦେଖାଇଛି ଯେ ସେ ତାର ଶତ୍ରୁକୁ ବିନାଶ କରିବା ପାଇଁ ଶତ୍ରୁର ଘରେ ପଶିକି ବି ଆକ୍ରମଣ କରିପାରେ। ଅପରେସନ୍ ସିନ୍ଦୂରରେ ପାକିସ୍ତାନ ସୀମା ଭିତରେ ଥିବା ଅନେକ ଆତଙ୍କୀ ଆଡ୍ଡାକୁ ନଷ୍ଟ କରିବା ସହ, ଶହ ଶହ ଆତଙ୍କୀଙ୍କୁ ନିପାତ କରିଥିଲା ଭାରତୀୟ ବାୟୁସେନା, ଯାଗାକୁ ନେଇ ଏବେ ବିଶ୍ଵବ୍ୟାପି ପ୍ରଶଂସା କରାଯାଉଛି।
ଏକ ପ୍ରେସ୍ କନଫରେନ୍ସରେ, ଭାରତୀୟ ବାୟୁସେନାର ଉପାଧ୍ୟକ୍ଷ ଏୟାର ମାର୍ଶାଲ ନାଗେଶ କପୁର ଏହି ଅପରେସନର ହିରୋମାନଙ୍କ ବିଷୟରେ କହିଥିଲେ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ରାଫେଲ ଅପରେସନ ସିନ୍ଦୂରର ହିରୋ ଥିଲେ।" ନାଗେଶ କପୁରଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ପାକିସ୍ତାନ ବାରମ୍ବାର ଭାରତର ରାଫେଲକୁ ଖସାଇ ଦେଇଥିବା ଦାବି କରିଛି, ଯାହାକି ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ।
ପୋଖରାନ ଶକ୍ତି ଦେଖାଇବ ବାୟୁସେନା
ପ୍ରେସ୍ ବ୍ରିଫ୍ରେ ଏହା ମଧ୍ୟ କୁହାଯାଇଛି ଯେ ଭାରତୀୟ ବାୟୁସେନା ୨୭ ଫେବୃଆରୀ, ୨୦୨୬ରେ ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜରେ ମେଗା ଏକ୍ସରସାଇଜ୍ ବାୟୁ ଶକ୍ତି ୨୦୨୬ ପରିଚାଳନା କରିବ। ଏହି ଯୁଦ୍ଧାଭ୍ୟାସର ଲକ୍ଷ୍ୟ ହେଉଛି ଦେଶକୁ ବାୟୁସେନାର ଶକ୍ତି ପ୍ରଦର୍ଶନ କରିବା, ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କରିବା ଓ ଯୁବପିଢ଼ିଙ୍କୁ ବାୟୁସେନାରେ ଯୋଗଦେବା ପାଇଁ ପ୍ରେରଣା ଦେବା।
ଏହି ଯୁଦ୍ଧାଅଭ୍ୟାସ ସମୟରେ ରାଫେଲ ଓ ତେଜସ ଅଂଶଗ୍ରହଣ କରିବେ ଏବଂ ଅପରେସନ ସିନ୍ଦୂରରେ ବାୟୁସେନାର ସଫଳ ଭୂମିକା ପ୍ରଦର୍ଶନ କରିବେ। ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ଯେ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ପରିବହନ ବିମାନ ସମେତ ୧୨୦ ରୁ ଅଧିକ ବିମାନ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ। ଫୁଲ ଡ୍ରେସ୍ ରିହର୍ସଲ୍ ଫେବୃଆରୀ ୨୪ ତାରିଖରେ ହେବ।
Follow Us