ଆକ୍ରମଣ ପାଇଁ ପ୍ରସ୍ତୁତ ରାଫେଲ ଯୁଦ୍ଧବିମାନ, କୌଣସି ବି ମୁହୂର୍ତ୍ତରେ ଏୟାରଷ୍ଟ୍ରାଇକ୍ !

Advertisment

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ପାଇଁ ପ୍ରସ୍ତୁତ ଜଳ, ସ୍ଥଳ, ଆକାଶ । ଆର୍ଲଟରେ ବାୟୁସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧବିମାନ । କୌଣସି ବି ମୁହୂର୍ତ୍ତରେ ଏୟାରଷ୍ଟ୍ରାଇକ୍ ! 

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ପାଇଁ ପ୍ରସ୍ତୁତ ଜଳ, ସ୍ଥଳ, ଆକାଶ । ଆର୍ଲଟରେ ବାୟୁସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧବିମାନ । କୌଣସି ବି ମୁହୂର୍ତ୍ତରେ ଏୟାରଷ୍ଟ୍ରାଇକ୍ ! 

30-Rafale Fighter Flight

କନକ ବ୍ୟୁରୋ: ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ । ହାଇ ଆର୍ଲଟରେ ରହିଛି ବାୟୁସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍‌ ଯୁଦ୍ଧବିମାନ । ଗତକାଲି ରାତିରେ ପଞ୍ଜାବରେ ବ୍ଲାକ୍‌ଆଉଟ୍‌ ଅପରେସନ କରିଛି ସେନା । ଅର୍ଥାତ୍ ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।

ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ରାଫେଲ ଯୁଦ୍ଧବିମାନ । ରାଫେଲରେ ଆକ୍ରମଣ ପାଇଁ ରହିଛି ବିକଶିତ ଟେକ୍ନୋଲୋଜି । ଆକାଶରୁ ସ୍ଥଳ ୩୦୦ କିମି ଦୂର ଲକ୍ଷ୍ୟ ଭେଦି ପାରିବ ରାଫେଲ । ଆକାଶରୁ ଆକାଶ ୧୨୦ରୁ ୧୫୦ କିମି ଦୂରରେ ଆକ୍ରମଣ କରିପାରିବ । ଏହାକୁ ନେଇ ମୋଦୀଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ । ଆତଙ୍କୀ ରାଷ୍ଟ୍ର ବିରୋଧରେ ସବୁ ପ୍ରକାରର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଭାରତ । ଏବେ ରାତିରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । କାରଣ ଗତକାଲି ପଞ୍ଜାବରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି । 

ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ ମିନିଟର ରିହର୍ସାଲ କରିଥିଲା ବାୟୁସେନା । ଏହି ମକ୍‌ଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ । ମକ୍‌ଡ୍ରିଲ୍‌ ପାଇଁ ଲୋକଙ୍କୁ ଜେନେରେଟର ଓ ଇନଭର୍ଟର ବନ୍ଦ କରିବାକୁ କୁହାଯାଇଥିଲା । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ତିନି ସେନାକୁ ପୂରା କ୍ଷମତା ପ୍ରଦାନ କରିଛନ୍ତି ଭାରତ ସରକାର । ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ଭାରତ ଆକ୍ରମଣ କରିପାରେ । ବିଶେଷ କରି ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ଭାରତ । କାରଣ ଲଗାତାର ୧୧ ଦିନ ଧରି ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe