ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ରେଡିଓ ଚକଲେଟ୍ କର୍ପୋରେଟ କ୍ରିକେଟ୍ ଲିଗ୍ ବା ଆରସିସିଏଲ୍। ଭୁବନେଶ୍ବର ସିଆରପିଏଫ୍ ଛକ ନିକଟସ୍ଥ ଇନ୍ଦିରା ମୈଦାନରେ ହେବାକୁ ଥିବା ଏହି ପ୍ରତିଯୋଗିତା ତିନିଦିନ ଧରି ଅର୍ଥାତ୍ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାକୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ଲୋକପ୍ରିୟ ଘରୋଇ ଏଫଏମ୍ ଚ୍ୟାନେଲ୍ ରେଡିଓ ଚକଲେଟ୍ ପକ୍ଷରୁ ଆୟୋଜିତ ଏହି କ୍ରିକେଟ୍ ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ସମସ୍ତ ମ୍ୟାଚ୍ ଦିବାରାତ୍ର ଫର୍ମାଟ୍ରେ ଖେଳାଯିବ ବୋଲି ଆୟୋଜକମାନେ ଜଣାଇଛନ୍ତି।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦଳ ମଧ୍ୟରେ ଅଛନ୍ତି ମହାନଦୀ କୋଲଫିଲ୍ଡସ୍ ଲିଃ, ଡେକୋବି ଲିଃ, ସୂଚନା ଓ ଲୋକସଂପର୍କ ବିଭାଗ, କାନାରା ବ୍ୟାଙ୍କ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଜ୍ୟୋତି ମୋଟର୍ସ, ଲୋଜାଇଲ ଇଣ୍ଡିଆ, ଟିସିଏସ୍, ଓ୍ବିପ୍ରୋ, ନ୍ୟୁଏଟେଟ୍, ଏଚ୍ବି ସଲ୍ୟୁସନ, ମଣିପାଲ ହସପିଟାଲ। ମୁଖ୍ୟ ପ୍ରାୟୋଜକମାନଙ୍କ ମଧ୍ୟରେ ଅଛନ୍ତି କାନାରା ବ୍ୟାଙ୍କ, ପର୍ଫର୍ମାକ୍ସ, ବର୍ଦ୍ଧମ ହୋମ୍ସ, ଡେକୋବି, ଆଦିତ୍ୟ ମୋଟର୍ସ, ମହାନଦୀ କୋଲଫିଲ୍ଡସ୍ ଲିଃ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/13/rccl-2026-01-13-20-53-11.jpg)