କନକ ବ୍ୟୁରୋ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ରାଡର୍ ସର୍ଭେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସର୍ଭେ କାମ । ତିନି ଦିନ ବଦଳରେ ଦୁଇ ଦିନ ଭିତରେ ସର୍ଭେ କାମ ଶେଷ କରିଛି ଏନଜିଆରଇ ଓ ଏଏସଆଇ । ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍ କରିଛି ଏନ୍ ଜି ଆର୍ ଇ ଟିମ୍ । ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ରହସ୍ୟ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି । ପୂର୍ବରୁ ଏ ଏସ ଆଇ ଭିତର ରତ୍ନଭଣ୍ଡାର ବାହାର କାନ୍ଥରେ ଲେଜର୍ ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା । 
ତେବେ ଚଳିତ ମାସ ୧୮ ତାରିଖରେ ଏନ୍ ଜି ଆର୍ ଆଇ ଟିମ୍ ମଧ୍ୟ ଲେଜର୍ ସର୍ଭେ କରିବା ପରେ । ଗତକାଲି ଓ ଆଜି ଦୁଇଦିନରେ ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ ଜାରି ବିଭିନ୍ନ ଡାଟା ସଂଗ୍ରହ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ ଲାବ୍ରେ ବ୍ୟାଖ୍ୟା କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ । ରତ୍ନ ଭଣ୍ଡାର ଚଟାଣ ତଳେ କଣ ରହିଛି ନ ରହିଛି ସେନେଇ ଖୁବ୍ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ ଏନ୍ ଜି ଆର୍ ଈ ଟିମ୍ । ଇଲେକ୍ଟ୍ର ମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି । ଡାଟା ଇମେଜ କ୍ଵାଲିଟିକୁ ଲାବ ରେ ଆସେମ୍ବଲ୍ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନ୍ ଜି ଆର୍ ଆଇ ବିଶେଷଜ୍ଞ । 

Advertisment