କନକ ବ୍ୟୁରୋ: ବାଂଲାଦେଶରେ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଉପରେ ଆକ୍ରମଣ ହେଇଛି । ବାଂଲାଦେଶର ସିରାଜଗଞ୍ଜର ଶାହଜାଦପୁରସ୍ଥିତ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର କଚାରୀ ବାଡି ଘରେ ଆକ୍ରମଣକାରୀ ସଂଘ ବଦ୍ଧ ଭାବେ ଆସି ଆକ୍ରମଣ କରିଥିଲେ । ଏହି ଘଟଣା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଅଧୀନରେ ଘଟିଛି ।

Advertisment

ଆକ୍ରମଣକାରୀ ମାନେ ଟାଗୋରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଘରର ଝରକା ଓ ଆସବାବପତ୍ର ଭାଙ୍ଗି ନଷ୍ଟ କରିଛନ୍ତି । ପାର୍କିଂ ଶୁଳ୍କକୁ ନେଇ ବିବାଦ ଏହି ଆକ୍ରମଣର କାରଣ ବୋଲି ଜଣାପଡ଼ିଛି । ପ୍ରଶାସନ ଏହି ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି । ସେପଟେ ବିଜେପି  ଏହି ଘଟଣାକୁ ତୀବ୍ର ନିନ୍ଦା କରି ୟୁନୁସ ସରକାରଙ୍କୁ ଦାୟୀ କରିଛି । ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲଭିୟା ଏକ୍ସରେ ପୋଷ୍ଟ କରି କହିଛନ୍ତି , ଏହା ହିନ୍ଦୁ ସଂସ୍କୃତି ଓ ଟାଗୋରଙ୍କ ଐତିହ୍ୟ ଉପରେ ଆକ୍ରମଣ । ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୦ରୁ ୬୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।