କନକ ବ୍ୟୁରୋ : ଟିମ୍ ଇଣ୍ଡିଆର କ୍ରିକେଟର ଆର୍. ଅଶ୍ବିନ ଆଇପିଏଲରୁ ଅବସର ନେଇଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ଆର୍.ଅଶ୍ବିନ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ।
ଅଶ୍ବିନ ଲେଖିଛନ୍ତି,
‘ମୋ ପାଇଁ ଏହି ଦିନ ସ୍ବତନ୍ତ୍ର । ପ୍ରତ୍ୟେକ ଅନ୍ତର ଶୁଭାରମ୍ଭ ଥାଏ । ଆଇପିଏଲ କ୍ରିକେଟର୍ ଭାବେ ମୋ ସମୟ ଶେଷ ହୋଇଛି । କିନ୍ତୁ ବିଭିନ୍ନ ଲିଗ୍ ଖେଳିବାକୁ ଚାହୁଛି । ସବୁ ଆଇପିଏଲ ଫ୍ରାଞ୍ଚାଇଜ୍ ଏବଂ ବିସିସିଆଇକୁ ଧନ୍ୟବାଦ’
ଆଇପିଏଲରେ ଅଶ୍ବିନଙ୍କ ରେକର୍ଡ
୫ଟି ଆଇପିଏଲ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି ଅଶ୍ବିନ
୨୦୦୯ରେ ଚେନ୍ନାଇ ସୁପରକିଙ୍ଗ୍ସ୍ ପାଇଁ ଡେବ୍ୟୁ କରିଥିଲେ
ଏହାପରେ ଚେନ୍ନାଇ, ରାଜସ୍ଥାନ, ଦିଲ୍ଳୀ, ପୁଣେ ଓ ପଞ୍ଜାବ ପାଇଁ ଖେଳିଛନ୍ତି
ଆଇପିଏଲରେ ୨୨୧ଟି ମ୍ୟାଚ୍ ଖେଳିଥିବାବେଳେ ୧୮୭ଟି ୱିକେଟ୍ ନେଇଛନ୍ତି
୨୦୨୫ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିଥିଲେ ଆର. ଅଶ୍ବିନ
ତେବେ ବିଶ୍ବବ୍ୟାପୀ ଅନ୍ୟ ଟି-୨୦ ଲିଗ ଉପରେ ତାଙ୍କର ନଜର ଥିବା ସେ ସଂକେତ ଦେଇଛନ୍ତି । ଅଶ୍ବିନ ୨୦୨୪ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।