କନକ ବ୍ୟୁରୋ : ଆଜି ଭାରତ ଛାଡ଼ ଆନ୍ଦୋଳନକୁ ୮୩ ବର୍ଷ ପୂରଣ ହୋଇଛି । ଏହି ଆନ୍ଦୋଳନରେ ପୁରୁଷମାନଙ୍କ ସହ ମହିଳାମାନେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏବେ ଆସନ୍ତୁ ଜାଣିବା ଭାରତ ଛାଡ଼ ଆନ୍ଦୋଳନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମହିଳାମାନଙ୍କ ବାବଦରେ ।
ଇଂଗ୍ରେଜ ମାନଙ୍କୁ ଭାରତରୁ ତଡ଼ିବା ପାଇଁ ଭାରତରେ ଅନେକ ଆନ୍ଦୋଳନ ହୋଇଛି । ଯାହା ମଧ୍ୟରୁ ସବୁଠାରୁ ବଡ଼ ଆନ୍ଦୋଳନ ଥିଲା ଭାରତ ଛାଡ଼ ଆନ୍ଦୋଳନ । ଏହାକୁ ଅଗଷ୍ଟ କ୍ରାନ୍ତି ଓ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବୋଲି ମଧ୍ୟ କୁହାଯାଏ । ଭାରତ ଛାଡ଼ ଆନ୍ଦୋଳନକୁ ଇଂଗ୍ରେଜ ମାନଙ୍କ ବିରୋଧରେ ସବୁଠାରୁ ବଡ଼ ଓ ଶେଷ ଆନ୍ଦୋଳନ ବୋଲି କୁହାଯାଏ । ଏହି ଆନ୍ଦୋଳନର ଆରମ୍ଭ ୧୯୪୨ ଅଗଷ୍ଟମାସରେ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ଜାତିର ପିତା ମହାତ୍ମା ଗାନ୍ଧୀ ନେଇଥିଲେ । ଏହି ଲଢେଇର ଗାନ୍ଧୀଜୀଙ୍କ "କର ବା ମର' ଡାକରା ସାରା ଦେଶରେ ଯୁବକମାନଙ୍କୁ ଏକାଠି କରିଦେଇଥିଲା । ଆନ୍ଦୋଳନର ଆରମ୍ଭ ମୁମ୍ବାଇର ଏକ ପାର୍କରୁ ହୋଇଥିଲା । ଏହି କ୍ରମରେ ଏହି ପାର୍କର ନାମ ଅଗଷ୍ଟ କ୍ରାନ୍ତି ମୈଦାନ ବୋଲି ରଖାଯାଇଛି ।
କେମିତି ଆରମ୍ଭ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ
ଭାରତ ଛାଡ଼ ଆନ୍ଦୋଳନ ପଛରେ ଏକ ଇତିହାସ ରହିଛି । ୧୯୪୨ ଜୁଲାଇ ୪ ତାରିଖରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏକ ପ୍ରସ୍ତାବ ପାରିତ କରିଥିଲା । ଏଥିରେ କୁହାଯାଇଥିଲା କି, ଏବେ ଯଦି ଇଂଗ୍ରେଜମାନେ ଭାରତ ଛାଡ଼ି ନଯାଆନ୍ତି ତେବେ ଇଂଗ୍ରେଜ ସରକାର ବିରୋଧରେ ଦେଶବ୍ୟାପୀ ନାଗରିକମାନେ ଆନ୍ଦୋଳନକୁ ଓହ୍ଲାଇବେ । ଭାରତ ଛାଡ଼ ଆନ୍ଦୋଳନର ପୃଷ୍ଟଭୂମି ଏହା ଥିଲା କି ବ୍ରିଟେନ ଘୋଷଣା କରୁକି, ଭାରତ ଅହିଂସା ଭାବେ ଯୁଦ୍ଧ ବିରୋଧରେ ପ୍ରଚାର ପ୍ରସାର କରିବାକୁ ସ୍ୱତନ୍ତ୍ର ଅଧିକାର ମିଳୁ । ଏହା ବ୍ୟତୀତ ଯୁଦ୍ଧ ବିରୋଧରେ ଅସହଯୋଗ ଆନ୍ଦୋଳନ ହେବ । ଯଦି ବ୍ରିଟେନ ସରକାର ଏହି ଦାବିକୁ ଅସ୍ୱୀକାର କରନ୍ତି ତେବେ କଂଗ୍ରେସ ସମକକ୍ଷ ଠୋସ୍ ପଦକ୍ଷେପ ନେବା ସହ ଅନ୍ୟ କିଛି ବିକଳ୍ପ ନାହିଁ ।
ଆନ୍ଦୋଳନ ଆରମ୍ଭ ହେବା ମାତ୍ରେ ବ୍ରିଟିଶ ସରକାର ସକ୍ରିୟ ହୋଇ ଉଠିଥିଲେ । ଆନ୍ଦୋଳନରେ ସାମିଲ ଥିବା ଅନେକ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ସାରା ଦେଶରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହାସହ ବ୍ରିଟିଶ ସରକାର ଗାନ୍ଧୀଜୀଙ୍କୁ ମଧ୍ୟ ଗିରଫ କରି ଆନ୍ଦୋଳନକୁ ଦବାଇ ଦେବାକୁ ଚେଷ୍ଟା କରିଥିଲା । ପାର୍ଟି କାର୍ଯ୍ୟ ସମିତିର ସମସ୍ତ ସଦସ୍ୟମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । କେବଳ ସେତିକି ନୁହେଁ ଇଂଗ୍ରେଜ ସରକାର କଂଗ୍ରେସ ପାର୍ଟି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା । ଇଂଗ୍ରେଜ ସରକାର ଆନ୍ଦୋଳନକୁ ଦବାଇ ଦେବାକୁ ଯେତେ ପ୍ରକାର ଚେଷ୍ଟା ଚଳାଇଥିଲା, ଭାରତବାସୀଙ୍କ ମଧ୍ୟରେ ଆନ୍ଦୋଳନ ପ୍ରତି ସେତେ ସମର୍ଥନ ବୃଦ୍ଧି ପାଉଥିଲା । ସରକାରୀ କର୍ମଚାରୀମାନେ ମଧ୍ୟ ଇଚ୍ଛାକୃତ ଭାବେ ଆନ୍ଦୋଳନରେ ସାମିଲ ହେଉଥିଲେ ।
ସେପଟେ ଭାରତଛାଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ କିଛି ମହିଳା । ସେମାନଙ୍କ ମଧ୍ୟରେ ଥିଲେ ଅରୁଣା ଉସଫ ଅଲ୍ଲୀ । ମାତାଙ୍ଗିନୀ ହଜାରା, ସୂଚେତା କୃପାଳିନୀ, ଓଷା ମେହେତା ।