ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ଉଠିଲା ପ୍ରଶ୍ନ; ବିଭାଗୀୟ ମନ୍ତ୍ରୀ ରଖିଲେ ଉତ୍ତର

ଏବେ ବି ଅନେକ ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି । ଏ ନେଇ ଗୃହରେ ଉଠିଲା ପ୍ରଶ୍ନ ,୨୦୨୬ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ପାଇପ୍ ପାଣିର ସୁବିଧା । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ପାନୀୟ ଜଳଯୋଗାଣ ମନ୍ତ୍ରୀ ।

35sdeg

Photograph: (kanakNews)

କନକ ବ୍ୟୁରୋ : ଏବେ ବି ଅନେକ ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି । ଏ ନେଇ ଗୃହରେ ଉଠିଲା ପ୍ରଶ୍ନ ,୨୦୨୬ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ପାଇପ୍ ପାଣିର ସୁବିଧା । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ପାନୀୟ ଜଳଯୋଗାଣ ମନ୍ତ୍ରୀ । କହିଲେ,ରାଜ୍ୟରେ ୬,୭୯୪ଟି ପଞ୍ଚାୟତ ରହିଛି । ୫୨ ହଜାର ୬୩ଟି ୱାର୍ଡକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ।୨୦୨୬ ସୁଦ୍ଧା ୪୦ ହଜାର ୧୯୩ଟି ୱାର୍ଡକୁ ପାଇପ୍ ପାଣିର ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରହିଛି । 

ଏହା ସହ ଜଳଜୀବନ ମିଶନର ଅବଧି ବଢିଛି । କେନ୍ଦ୍ର ସରକାର ଏନେଇ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ବସୁଧା ଯୋଜନାରେ ୧ ହଜାର ୬୦୦ କୋଟି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe