ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ବି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା କହି ଦାୟିତ୍ୱ ଖସାଇଦେଲେ ଉପଜିଲ୍ଲାପାଳ

Advertisment

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏହି ପରୀକ୍ଷା କରୁଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଛାତ୍ରଛାତ୍ରୀଙ୍କୁ ଆଶା ଆଶଙ୍କାରେ ପକାଇଛି । ପୂର୍ବରୁ ଅନେକବାର ଓଏସଏସସିର ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲେ ମଧ୍ୟ ଆୟୋଗ ନୀରବଦ୍ରଷ୍ଟା ସାଜିଛି । ବାରିପଦାରୁ ପ୍ରଶ୍ନପତ୍ର ଲିକ ଅଭିଯୋଗ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଓଏସଏସସି ଚେୟାରମ୍ୟାନ୍ ରିପୋର୍ଟ ମାଗିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷାରେ ଅନିୟମିତତା ହେଲେ କଡା  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।

^\iþÉòKò

କନକ ବ୍ୟୁରୋ : ବିଭିନ୍ନ ପରୀକ୍ଷାରେ ଅନିୟମିତତାକୁ ନେଇ ରାଜ୍ୟ ସରକାର ହରଡଘଣାରେ ପଡିଥିବା ବେଳେ ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ସମାନ ଅଭିଯୋଗ ଟେନସନ ବଢାଇଛି। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ହୃଷିକେଶ ଦାସ। ପରୀକ୍ଷା ହଲରେ ପ୍ରଶ୍ନପତ୍ର ମିଳିବା ବେଳେ ସିଲ କଟାଯାଇଥିବା ଦେଖିବାକୁ ପାଇଥିଲେ ହୃଷିକେଶ। ଏପରିକି ଏହାର ପ୍ରମାଣ ମଧ୍ୟ ଗଣମାଧ୍ୟମ ସାମ୍ନାରେ ରଖିଥିଲେ । ପରେ ଏନେଇ ପରୀକ୍ଷା କେନ୍ଦ୍ରର ଅଧିକାରୀଙ୍କୁ ଜଣାଇଥିଲେ ହୃଷିକେଶ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ କହି ଦାୟିତ୍ବ ସାରିଛନ୍ତି ଉପ-ଜିଲ୍ଲାପାଳ। ବାରିପଦାର ମହାରୀ ପ୍ରେମକୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରୁ ଏଭଳି ଅଭିଯୋଗ ଆସିଛି। ଯାହା ପୁଣିଥରେ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏହି ପରୀକ୍ଷା କରୁଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଛାତ୍ରଛାତ୍ରୀଙ୍କୁ ଆଶା ଆଶଙ୍କାରେ ପକାଇଛି । ପୂର୍ବରୁ ଅନେକବାର ଓଏସଏସସିର ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲେ ମଧ୍ୟ ଆୟୋଗ ନୀରବଦ୍ରଷ୍ଟା ସାଜିଛି । ବାରିପଦାରୁ ପ୍ରଶ୍ନପତ୍ର ଲିକ ଅଭିଯୋଗ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଓଏସଏସସି ଚେୟାରମ୍ୟାନ୍ ରିପୋର୍ଟ ମାଗିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷାରେ ଅନିୟମିତତା ହେଲେ କଡା  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ସରକାରଙ୍କ ଚେତାବନୀ ସତ୍ତ୍ବେ ମଧ୍ୟ ପରୀକ୍ଷାରେ ସ୍ବଚ୍ଛତା ରହୁନି କାହିଁକି? କିଏ ପରୀକ୍ଷାର ପବିତ୍ରତା ନଷ୍ଟ କରୁଛି? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କିଏ? ଏସବୁ ଭିତରେ ପରୀକ୍ଷାକୁ ବାତିଲ କରି ସ୍ବଚ୍ଛତାର ସହ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।

ଓଏସଏସସି ଚେୟାରମ୍ୟାନ ଅଭୟ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷାର ସ୍ବଚ୍ଛତାକୁ ସୁନିଶ୍ଚିତ କରିଛନ୍ତି। କିନ୍ତୁ ଏହାସତ୍ତ୍ବେ ମଧ୍ୟ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ଓଏସଏସସିର ବିଶ୍ବସନୀୟତା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe