କନକ ବ୍ୟୁରୋ: ରାଜ୍ୟରେ ସରକାର ବଦଳିଲା, କିନ୍ତୁ ବ୍ୟବସ୍ଥା ବଦଳୁ ନାହିଁ । କଟକ ଜିଲ୍ଲାପାଳଙ୍କ ଅଫିସରେ ନିୟମ ଉଲ୍ଲଂଘନ ହେଉଛି । ବଦଳି ନିୟମ ଲାଗୁ ହେଉନାହିଁ । ୧୧ ଜଣ କର୍ମଚାରୀ ପ୍ରାୟ ୧୩ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ଜଣେ କର୍ମଚାରୀଙ୍କର ୩ବର୍ଷରେ ଥରେ ଗୋଟିଏ ଅଫିସରୁ ବଦଳି ହେବା କଥା । କିନ୍ତୁ କଟକ ଜିଲ୍ଲାପାଳଙ୍କ ଅଫିସରେ ବର୍ଷ ବର୍ଷ ଧରି ରହିଛନ୍ତି କର୍ମଚାରୀ।
କଟକ ଜିଲ୍ଲାପାଳଙ୍କ ଅଫିସରେ ବର୍ଷବର୍ଷ ଧରି ଗୋଟିଏ ପଦରେ ପ୍ରାୟ ୧୧ ଜଣ ବରିଷ୍ଠ ରାଜସ୍ବ ସହାୟକ କାର୍ୟ୍ୟ କରୁଛନ୍ତି । ଅନ୍ୟ କର୍ମଚାରୀ ଏବଂ ଅଧିକାରୀଙ୍କୁ କେବେ ବଦଳି କରାଯାଉଛି ତ ଆଉ କେବେ ଡେପୁଟେସନରେ ପଠାଯାଉଛି । ମାତ୍ର ଏହି ୧୧ ଜଣ କର୍ମଚାରୀଙ୍କୁ କାହିଁକି ବଦଳି କରାଯାଉ ନାହିଁ? ଯାହାକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
୨୦୧୧ ମସିହାରେ କଟକ ଜିଲ୍ଲାରେ ନିଯୁକ୍ତ ୧୧୦ କନିଷ୍ଠ କିରାଣୀଙ୍କ ମଧ୍ୟରୁ କଟକ ଜିଲାପାଳଙ୍କ ଅଫିସରେ ୨୨ ଜଣ ନିଯୁକ୍ତି ପାଇଥିଲେ। ୧୨ ଜଣଙ୍କର ବଦଳି ହୋଇଥିଲେ ମଧ୍ୟ ଅନ୍ୟମାନେ ୧୩ ବର୍ଷ ଧରି ଏଠାରେ ଅଛନ୍ତି। ସେମାନେ ଏବେ ବରିଷ୍ଠ ରାଜସ୍ୱ ସହାୟକ -ଏସିଆରଏ ଅଛନ୍ତି । ସେମାନେ ହେଲେ ଉଦୟବନ୍ଧୁ ଜେନା, ସୂର୍ୟ୍ୟକାନ୍ତ ପାଣି, ସୁଶ୍ରୀ ସଙ୍ଗୀତା ଷଡ଼ଙ୍ଗୀ, ସୁବ୍ରତ ମିଶ୍ର, ଅନନ୍ତ କିଶୋର ରାଉତ, ସୁଭାଷଚନ୍ଦ୍ର ଦାସ, ଚନ୍ଦନ କୁମାର ରାଉତ, ନିରଞ୍ଜନ ଖୁଣ୍ଟିଆ, ସ୍ଵାଗତିକା ମହାନ୍ତି ଏବଂ ସ୍ଵାଗତିକା ମିଶ୍ର । ସେହିଭଳି ସେକ୍ସନ ଅଫିସର ଭାବେ ଗୁରୁ ଗୋବିନ୍ଦ ଦଲାଇ ୨୦୦୭ରୁ ଅଛନ୍ତି । ହେଲେ ଏଯାଏଁ ସେମାନଙ୍କ ବଦଳି ହେଉନି । ବଦଳି ହେଉ ନଥିବା ଏହି କର୍ମଚାରୀମାନଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/01/04/OjsMkwJQNlmjvIb2Tarc.jpg)