ବିସ୍ଫୋରକ ମାଓବାଦୀ ନେଇଥିବା ମାନିଲା ପୁଲିସ ; ୩ ଦିନ ପରେ ମିଳିଲା ସୁରାକ୍

୩ ଦିନ ପରେ ମିଳିଲା ସୁରାକ୍ । ସୁନ୍ଦରଗଡ଼ ଗୋଦାମର ୫ଶହ କିଲୋ ବିସ୍ଫୋରକ ମାଓବାଦୀ ନେଇଥିବା ମାନିଲା ପୁଲିସ । ସେପଟେ ୪୮ ଘଣ୍ଟାର ଅପରେସନ ପରେ ବି ହାତ ଖାଲି । ସୁନ୍ଦରଗଡ ପୁଲିସ ପ୍ରଶାସନ ଉପରେ ବଢ଼ିଲା ସନ୍ଦେହ। 

sundergarh police

sundergarh police Photograph: (KanakNews)

କନକ ବ୍ୟୁରୋ: ବିସ୍ଫୋରକ ସାମଗ୍ରୀ ଗାଡ଼ି ଲୁଟ୍‌କୁ ୩ ଦିନ ବିତିବାକୁ ବସିଲାଣି । ମାଓବାଦୀ ବିସ୍ଫୋରକ ଲୁଟ୍ କରିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଲୁଟ୍‌ ସାମଗ୍ରୀ କେଉଁଠି ଅଛି ଓ କିଏ ରଖିଛି, ତାର ଟେର୍ ମିଳୁନି । ସେପଟେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ରାସ୍ତାରେ ଯାଉଥିଲାବେଳେ ଏସ୍‌ଓପି ପାଳନ ହୋଇଥିଲା କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ ।

ମାଳମାଳ ପ୍ରଶ୍ନ, ମିଳୁନି ଉତ୍ତର । କିଏ ଲୁଚାଇଛି ବାରୁଦର ପାହାଡ଼ ? ୪୮ ଘଣ୍ଟା କାଳ ଚାଲିଛି ଅପରେସନ୍ , ମିଳୁନାହାନ୍ତି ମାଓବାଦୀ । ଏ ଖବର ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ଚିନ୍ତା ବଢ଼ାଇଛି , ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ବି ବିଚଳିତ କଲାଣି । ସ୍ଥିତି ଏମିତି ହେଲାଣି ଯେ, ରାଉରକେଲାରେ ଡେରା ପକାଇଲେ ପୁଲିସ ଡିଜି । ତନାଘନା କଲାଣି ଏନ୍‌ଆଇଏ । ଜଗି ବସିଛନ୍ତି ସିଆରପିଏଫ୍‌ କମାଣ୍ଡାଣ୍ଟ । ଟେଣ୍ ମିଳୁନି, କେଉଁଠି ରହିଲା ୫ହଜାର କିଲୋ ବିସ୍ଫୋରକ ? ପୁଲିସ ଜାଣିପାରିନି, କେଉଁ ଉଦ୍ଦେଶ୍ୟରେ ଏହା ବ୍ୟବହାର ହେବ ? କାହା ପାଇଁ ସାଜିବ ଘାତକ ? ଏସବୁ ଭିତରେ ଯେଉଁ ପ୍ରଶ୍ନଟି ଆନ୍ଦୋଳିତ କରୁଛି ତାହା ହେଉଛି , ଏ ବିସ୍ଫୋରକ ସାମଗ୍ରୀର ମାଲିକ କିଏ? ୫୦୦୦ କିଲୋ ବିସ୍ଫୋରକ ଯାଉଥିଲା କେମିତି ? ଏତେ ଟନ୍‌ ବିସ୍ଫୋରକ ରଖିବାକୁ କିଏ ଦେଇଥିଲା ଅନୁମତି ? ପାଳନ ହୋଇଥିଲା କି ଏସ୍‌ଓପି ? କେମିତି ଜାଣି ପାରିଲାନି ପୁଲିସ ? 

ଏପଟେ ଛତିଶଗଡ଼, ସେପଟେ ଝାଡ଼ଖଣ୍ଡ । ମଝିରେ ଥିବା କାରଣରୁ ଓଡ଼ିଶାକୁ ଭରପୁର ବ୍ୟବହାର କରୁଛନ୍ତି ମାଓବାଦୀ । ଛତିଶଗଡ଼ ସୀମାରେ ତଡ଼ିଲେ ବୋଲି ୨୦୦୯ ଫର୍ମୁଲା ଆପଣାଇ ଲୁଟିନେଲେ ବିସ୍ଫୋରକ ସାମଗ୍ରୀ । ବିଳମ୍ବରେ ହେଲେ ବି ପୁଲିସ ମାନିଛି, ଏସବୁ କାଣ୍ଡ ମାଓବାଦୀଙ୍କର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe