କନକ ବ୍ୟୁରୋ: ଦୁଇ ଦିନ ତଳେ ବଲାଙ୍ଗୀର ଜେଲରେ ଚଢାଉବେଳେ ମିଳିଥିଲା ମୋବାଇଲ ଫୋନ୍। ଏନେଇ ସୂଚନା ଦେଇଛି ବଲାଙ୍ଗୀର ପୋଲିସ। ପୋଲିସର ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ସେଲରୁ ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ଏକ କିପ୍ୟାଡ୍ ଫୋନ୍ ସୁଶାନ୍ତ ଧଳସାମନ୍ତ ସେଲରୁ ମିଳିଥିଲା। କେବଳ ସେତିକି ନୁହେଁ ମାଦକଦ୍ରବ୍ୟ ମଧ୍ୟ ଜବତ ହୋଇଥିଲା। ଜେଲ୍ ଭିତରୁ କିଛି ଏଭଳି କ୍ରାଇମ୍ ନେଟଓ୍ୱର୍କ ଚଳାଉଥିଲା ଧଳସାମନ୍ତ। ବଲାଙ୍ଗୀର ପୋଲିସ ଏନେଇ ସୂଚନା ପ୍ରଦାନ କରିଛି।
ଦୁଇଦିନ ତଳେ ବଲାଙ୍ଗୀର ଜେଲରେ ରେଡ୍ କରାଯାଇଥିଲା। ବଲାଙ୍ଗୀର ଏସପି ରିଶିକେଶ ଖିଲାରୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ବଲାଙ୍ଗୀର କାରାଗାରରେ ଚଢାଉ କରିଥିଲେ। ବିଭିନ୍ନ ସେଲରେ ଚଢାଉ ବେଳେ ବ୍ୟାପକ ମଦାକ ଦ୍ରବ୍ୟ ଜବତ କରାଯାଇଥିଲା। ଜେଲ ଭିତରେ ଗ୍ୟାଙ୍ଗ ୱାରକୁ ନେଇ ଚଢ଼ାଉ କରାଯାଇଥିଲା। ଏହି କାରାଗାରରେ ଅନେକ ହାର୍ଡ କୋର କ୍ରିମିନାଲ ଅଛନ୍ତି । ତେଣୁ କାରଗାର ଭିତରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୁଲିସ ଚଢାଉ କରିଥିଲେ। ଏହାରି ଭିତରେ ପ୍ରଶ୍ନ ଉଠୁଛି, ଜେଲ ଭିତରେ ଚାଲିଛି କଣ । କିଭଳି ଜେଲ୍ ଭିତରେ ଚାଲିଛି ନିଶା କାରବାର ସେନେଇ ମଧ୍ୟ କାରଗାର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।