କନକ ବ୍ୟୁରୋ: ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ୍ ପରୀକ୍ଷାର୍ଥୀ ।
ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପ୍ରଶ୍ନପତ୍ର ଦିଆଯିବା ପୂର୍ବରୁ କଟାଯାଇଥିଲା ସିଲ୍ । ପିଲାଙ୍କ ଆଗରେ ପ୍ରଶ୍ନପତ୍ର ଖୋଲାଯିବା ନିୟମ ଥିବାବେଳେ ପୂର୍ବରୁ ହିଁ ସିଲ ଖୋଲାଯାଇଥିଲା । ପ୍ରମାଣ ପାଇଁ ୨ – ୩ ଜଣ ପିଲାଙ୍କ ସିଗ୍ନେଚର ନେବାର ବି ନିୟମ ଥିବାବେଳେ ତାହା ବି ହୋଇନଥିଲା । ବାରିପଦା ମହିଳା ଉଚ୍ଚ ମହାବିଦ୍ୟାଳୟରେ ହୋଇଥିଲା ଟ୍ରାଫିକ୍ କନଷ୍ଟେବଳ ପରୀକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/17/9RvNdD8yZ5PSw8U1sa1j.jpg)