କନକ ବ୍ୟୁରୋ: କାତାର ନେତାଙ୍କ ଗାଡ଼ି ଦୁର୍ଘଟଣା । ଗାଜା ଅସ୍ତ୍ରବିରତି ଆଲୋଚନା ପୂର୍ବରୁ କାତାରର ନେତାମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଅସ୍ତ୍ରବିରତି ଆଲୋଚନା ସ୍ଥାନରୁ ୫୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିତିଲା । ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାରେ ୨୦ରୁ ଅଧିକ ଦେଶର ନେତାମାନେ ଅଂଶଗ୍ରହଣ କରିବାକୁ ଆସୁଥିଲେ ।
କାତାର, ମିଶର ଓ ଆମେରିକାର ସହଯୋଗରେ ଗାଜା ଯୁଦ୍ଧ ବନ୍ଦ ଓ ବନ୍ଦୀ ବିନିମୟର ପ୍ରାରମ୍ଭିକ ପର୍ଯ୍ୟାୟରେ ସହମତି ହୋଇଛି । ପ୍ରୋଟୋକଲ୍ ଅନୁଯାୟୀ, ହମାସ୍ ୩୨ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବ, ସେହିପରି ଇସ୍ରାଏଲ ୬୪୦ ଫିଲିଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ତେବେ ଏହି ଦୁର୍ଘଟଣା ସମ୍ମିଟର କାର୍ଯ୍ୟକ୍ରମକୁ ପ୍ରଭାବିତ କରିବା ନେଇ ଚିନ୍ତା ବଢିଛି ।
ଶାନ୍ତି ପୂର୍ବରୁ ଝଟକା
କାତାର ନେତାଙ୍କ ମୃତ୍ୟୁ
ଟ୍ରମ୍ପଙ୍କ ଶାନ୍ତି ବୈଠକରେ ଯୋଗଦେବା ପୂର୍ବକୁ ବଡ଼ ଅଘଟଣ
ବୈଠକକୁ ଯାଉଥିବା ବେଳେ କାତାର ନେତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ହମାସ-ଇସ୍ରାଏଲ୍ ଅସ୍ତ୍ରବିରତି ବୈଠକରେ ଅଂଶଗ୍ରହଣ ପାଇଁ ଯାଉଥିଲେ
ଦୁର୍ଘଟଣାରେ କାତାରର ୩ ଜଣ ନେତାଙ୍କ ମୃତ୍ୟୁ
ଆଲୋଚନା ସ୍ଥାନରୁ ୫୦ କିଲୋମିଟର ଦୂରରେ ଦୁର୍ଘଟଣା ଘଟିଛି
ଗାଜା ଶାନ୍ତି ଚୁକ୍ତି ନେଇ ଆଲୋଚନା ପୂର୍ବରୁ ଦୁର୍ଘଟଣା ଘଟିଥିଲା