Iran Photograph: (google)
ଶନିବାର ସକାଳେ ଇସ୍ରାଏଲ ପକ୍ଷରୁ ତେହେରାନ ଉପରେ ବଡ଼ଧରଣର ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ପ୍ରତି ରହିଥିବା ବିପଦକୁ ଲକ୍ଷ୍ୟ କରି ଇରାନ ଇସ୍ରାଏଲ ଉପରେ ଏହି ଆକ୍ରମଣ କରିଥିଲା ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ କହିଥିଲେ। ଆମେରିକା ଓ ଇସ୍ରାଏଲ ପକ୍ଷରୁ ‘ଅପରେସନ ଏପିକ୍ ଫ୍ୟୁରି’ ଆରମ୍ଭ କରାଯାଇଥିବାବେଳେ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମିନି ଏବଂ ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମେତ ପ୍ରମୁଖ ସରକାରୀ ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ଏଥିରେ ଇରାନର ଅନେକ ରିଭୋଲ୍ୟୁସନାରୀ ଗାର୍ଡ଼ କମାଣ୍ଡର ଓ ଇରାନର ରାଜନୈତିକ ଅଧିକାରୀଙ୍କର ମୃତ୍ୟୁ ହୋଇଛି ବୋଲି ରଏର୍ଟସ ପକ୍ଷରୁ କୁହାଯାଇଛି। କାତାରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଇରାନର କ୍ଷେପଣାସ୍ତ୍ର ଦୋହାରେ ଥିବା ଆମେରିକା ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆସୁଥିବା ବେଳେ ଏହା ଇରାନ କ୍ଷେପଣାସ୍ତ୍ରକୁ ମାରି ଖସାଇ ଦେଇଛି। କତାରର ସଶସ୍ତ୍ର ବାହିନୀ ନିଜ ଆତ୍ମରକ୍ଷା ପାଇଁ ସକ୍ଷମ ବୋଲି କତାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Follow Us