କନକ ବ୍ୟୁରୋ : ଖୁବଶୀଘ୍ର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ଆଜି ସୂଚନା ଦେଇଛନ୍ତି ଟ୍ରମ୍ପ । ନିକଟରେ ରୁଷ ଓ ଆମେରିକା ରାଷ୍ଟ୍ରନେତାଙ୍କ ଭେଟଘାଟ ପାଇଁ ପ୍ରସ୍ତାବ ପଠାଇଥିଲେ ଯାହାକୁ ଉଭୟ ଦେଶ ଗ୍ରହଣ କରିଥିଲେ । ତେବେ କେବେ ସାକ୍ଷାତ ହେବ ଏନେଇ କଳ୍ପନା ଜାରି ରହିଥିବାବେଳେ ଟ୍ରମ୍ପ କହିଛନ୍ତି କି ଖୁବଶୀଘ୍ର ସେ ପୁଟିନଙ୍କୁ ଭେଟିବାକୁ ଯାଉଛନ୍ତି । ହୁଏତ ଶପଥ ନେବା ପରେ ଅର୍ଥାତ ଜାନୁଆରୀ ୨୦ ପରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ସାକ୍ଷାତ ହୋଇପାରେ । ସେପଟେ ଯୁଦ୍ଧ ରୋକିବାକୁ ନେଇ ଟ୍ରମ୍ପ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ସାରା ବିଶ୍ପର ନଜର ରହିଛି ।