କନକବ୍ୟୁରୋ :ପୁଟିନ୍ଙ୍କ ଧମକ, ରୁଷ ବଦଳାଇବା ଏହାର ପରମାଣୁ ନୀତି । ରୁଷ୍ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନ୍ ଯୋଜନା କରିଥିବାରୁ ଏହା ରୁଷ୍ର ଚିନ୍ତା ବଢ଼ାଇଛି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରୁଷ୍ର ପରମାଣୁ କ୍ଷମତା ସଂକ୍ରାନ୍ତରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଛନ୍ତି। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆବଶ୍ୟକ ସ୍ଥଳେ ଶତ୍ରୁର ମୁକାବିଲା ପାଇଁ ଆମ ପରମାଣୁ ନୀତି ବଦଳିବ ବୋଲି ପୁଟିନ କହିଛନ୍ତି।
ପୁଟିନ୍ଙ୍କ ଏହି ବାର୍ତ୍ତାକୁ ନାଟୋ ରାଷ୍ଟ୍ରମାନେ ଗମ୍ଭୀରତାର ସହ ନେଇଛନ୍ତି । ରୁଷ୍ରେ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିବାପାଇଁ କ୍ରୁଜ୍ ମିସାଇଲ୍ ବ୍ୟବହାର କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ଅନୁମତି ଦେବାପରେ ରୁଷ୍ ଏନେଇ ଚିନ୍ତା ପ୍ରକଟ କରିଛି । ଗତ ସପ୍ତାହରେ ରୁଷ୍ ଉପରେ ଆକ୍ରମଣ ପାଇଁ ବ୍ରିଟେନ୍ ଏହାର ‘ଷ୍ଟର୍ମ ସ୍ୟାଡୋ’ କ୍ରୁଜ୍ ମିସାଇଲ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲା ।
ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର ମଧ୍ୟ ଆମେରିକା ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଥିଲେ । ଉଭୟ ନେତା ରୁଷ୍ ମାଟିରେ ୟୁକ୍ରେନର କ୍ଷେପଣାସ୍ତ୍ର ବ୍ୟବହାର ଉପରେ ଆଲୋଚନା କରିଥିଲେ । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକଭ୍ କହିଛନ୍ତି, ଯୁଦ୍ଧ ରଣନୀତି ସଂକ୍ରାନ୍ତରେ ପୁଟିନ୍ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ପରମାଣୁ ନୀତି ସଂକ୍ରାନ୍ତରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/OYL4mkOhyIkkBslQLJ9L.jpg)