କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ହେବାକୁ ଯାଉଛି ଦୁଇ ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ସାକ୍ଷାତ । ଆଲାସ୍କା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ରୁଷ ରାଷ୍ଟ୍ରପତି ଭ୍ଲାଦମୀର ପୁଟିନ । ସୂଚନା ଅନୁସାରେ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ବସିବାକୁ ଯାଉଛି । ଦୀର୍ଘ ୩ବର୍ଷ ହେବ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲିଛି । ସେପଟେ ଏହାକୁ ବନ୍ଦ କରିବାକୁ ଆମେରିକା ଉଭୟ ପୁଟିନ ଓ ଜେଲେନସ୍କିଙ୍କ ସହ ଭିନ୍ନ ଭିନ୍ନ ବୈଠକ ମଧ୍ୟ କରୁଛନ୍ତି । ତେବେ କୌଣସି ନିଷ୍କସ ବାହାରିପାରୁନି । ଏହା ଭିତରେ ପୁଟିନଙ୍କ ସହ ଟ୍ରମ୍ପଙ୍କ ଭେଟଘାଟ ଉପରେ ସାରା ବିଶ୍ବର ନଜର ରହିଛି । ଏହି ଭେଟଘାଟ ଯଦି ସଫଳ ହୁଏ ତେବେ ପୁଟିନ ଓ ଜେଲେନସ୍କିଙ୍କ ସାକ୍ଷାତ ହୋଇପାରେ । ଅନ୍ୟପଟେ ରୁଷ ସହ ଆମେରିକାର ତିକ୍ତତା ଚାଲିଛି । ଏପରିକି ଭାରତ ରୁଷଠୁ ତେଲ କିଣିଥିବାରୁ ଆମେରିକା ଟାରିଫ ବୃଦ୍ଧି କରି ରାଗ ସୁଝାଉଛି । ଏଥିରୁ ଆମେରିକା ରାଷ୍ଟ୍ରପତିଙ୍କ ଦୋମୁହାଁନୀତି ଜଳ ଜଳ କରି ଦେଖାଯାଉଛି
ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିବେ ପୁଟିନ, ଅଗଷ୍ଟ ୧୫ରେ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ
ଦୀର୍ଘ ୩ବର୍ଷ ହେବ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲିଛି । ସେପଟେ ଏହାକୁ ବନ୍ଦ କରିବାକୁ ଆମେରିକା ଉଭୟ ପୁଟିନ ଓ ଜେଲେନସ୍କିଙ୍କ ସହ ଭିନ୍ନ ଭିନ୍ନ ବୈଠକ ମଧ୍ୟ କରୁଛନ୍ତି ।
/kanak/media/media_files/2025/08/09/36-2025-08-09-16-36-47.jpg)