କନକ ବ୍ୟୁରୋ: ଆମେରିକାକୁ ପୁଟିନଙ୍କ କଡ଼ା ସନ୍ଦେଶ । ଟ୍ରମ୍ପଙ୍କ ଟାରିଫ ନୀତିକୁ ନେଇ ବର୍ଷିଛନ୍ତି ରୁଷ ରାଷ୍ଟ୍ରପତି ଭ୍ରାଦିମିର ପୁଟିନ । ବେଜିଂରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅମେରିକାର ୫୦ ପ୍ରତିଶତ ଟାରିଫ୍ ନୀତି ବିରୋଧରେ ଭାରତର ସମର୍ଥନରେ ବାହାରି ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିକୁ ନୀତିହୀନ କହିଛନ୍ତି ପୁଟିନ। ବିଶ୍ବରୁ 'ଉପନିବେଶବାଦ ଯୁଗ' ଶେଷ ହୋଇସାରିଛି । ତେଣୁ ଭାରତ କିମ୍ବା ଚୀନକୁ କେହି ଡରାଇପାରିବେ ନାହିଁ । ରୁଷଠାରୁ ତେଲ କ୍ରୟ କରିବାରୁ ଭାରତ ଉପରେ ଟାରିଫ ଲଗାଇବା ବେଆଇନ ବୋଲି ଦାବି କରିଛନ୍ତି ପୁଟିନ୍ । ପୁଟିନ କହିଛନ୍ତି “ଉପନିବେଶବାଦ ଯୁଗ ସମାପ୍ତ ହୋଇସାରିଛି, ରୁଷର ସହଯୋଗୀମାନଙ୍କୁ ଏମିତି ସ୍ୱରରେ କେହି କହିପାରିବେ ନାହିଁ । 

Advertisment

ଆମେରିକାକୁ ପୁଟିନଙ୍କ କଡ଼ା ବାର୍ତ୍ତା
ରୁଷ ସହଯୋଗୀମାନଙ୍କୁ ଡରାଇପାରିବନି
ଆମେରିକାକୁ ପୁଣି କଡ଼ା ସନ୍ଦେଶ ଦେଲେ ରୁଷ ରାଷ୍ଟ୍ରପତି
ଭାରତ ଓ ଚୀନ ଉପରେ ଟାରିଫ ବୃଦ୍ଧି ନେଇ ନିନ୍ଦା
ବିଶ୍ବରେ ଉପନିବେଶବାଦ ଯୁଗ ଶେଷ ହୋଇଛି
ରୁଷର ସହଯୋଗୀମାନଙ୍କୁ ଏମିତି ଡରାଇପାରିବନି
ଭାରତ ସମର୍ଥନରେ ବାହାରିଲେ ଭ୍ଲାଦିମିର ପୁଟିନ
ବିଶ୍ବରେ ସମସ୍ତଙ୍କ ସମାନ ଅଧିକାର ରହିଛି
ଅନ୍ତର୍ଜାତୀୟ ଆଇନକୁ କେହି ଉଲଂଘନ କରିପାରିବେନି
ଭାରତ ଓ ଚୀନ ଉପରେ ଚାପ ପକାଇବାକୁ ପ୍ରୟାସ କରା ନଯାଉ
ଆମେରିକାର ଟାରିଫ ନୀତିକୁ ଅନ୍ୟାୟ  କହିଲେ ପୁଟିନ୍