କନକ ବ୍ୟୁରୋ: ଭାରତର ପରମ ମିତ୍ର କୁହାଯାଉଥିବା ଋଷ ଭାରତର ପରମ ଶତ୍ରୁ ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ଏହି ରଣନୈତିକ ସହଭାଗିତାକୁ ବିଶେଷଜ୍ଞମାନେ ଦକ୍ଷିଣ ଏସିଆର ଭୂ-ରାଜନୀତିରେ ଏକ ସମ୍ଭାବ୍ୟ ପରିବର୍ତ୍ତନ ଭାବରେ ଦେଖୁଛନ୍ତି । 

Advertisment

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ନାଟକୀୟ ନିଷ୍ପତ୍ତି ଭାରତକୁ ଆଶ୍ଚର୍ଯ୍ୟ କରିଛି । ଋଷ ପାକିସ୍ତାନ ସହ ୨.୬ ବିଲିୟନ ଡଲାରର ଏକ ବଡ ଚୁକ୍ତି ସ୍ୱାକ୍ଷର କରିଛି, ଯେଉଁଥିରେ ଅର୍ଥନୈତିକ ଓ ରଣନୈତିକ ସହାୟତାର ପ୍ରତିଶ୍ରୁତି ଦିଆଯାଇଛି । ଏହି ଚୁକ୍ତି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଘଟିଛି । ଯାହା ଭାରତୀୟ କୂଟନୀତି ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି । ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା । ଏଭଳି ପରିସ୍ଥିତିରେ ଋଷର ପାକିସ୍ତାନ ସହ ଚୁକ୍ତି ଭାରତ-ଋଷ ସମ୍ପର୍କକୁ ପ୍ରଭାବିତ କରିପାରେ । ସୂଚନା ଅନୁଯାୟୀ ଏହି ଚୁକ୍ତି ଭାରତର ବୈଦେଶିକ ନୀତି ଓ କୂଟନୈତିକ ରଣନୀତି ଉପରେ ପ୍ରଶ୍ନ ଉଠାଇଛି । କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ସହ ନିକଟତା ଯୋଗୁଁ ଋଷ ଏହି ପଦକ୍ଷେପ ନେଇଥାଇପାରେ ।

ଋଷ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ଦୀର୍ଘକାଳୀନ ଭାରତ-ଋଷ ବନ୍ଧୁତ୍ୱକୁ ଦୁର୍ବଳ କରିପାରେ ବୋଲି ଆଶଙ୍କା କରାଯାଉଛି । ଭାରତର ଦୀର୍ଘଦିନର ମିତ୍ର ଋଷ ଏବେ ପାକିସ୍ତାନକୁ ସହାୟତା କରୁଥିବା ଖବର ଭାରତୀୟ କୂଟନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ରାଷ୍ଟ୍ରପତି ପୁଟିନ ପାକିସ୍ତାନ ସହ ୨.୬ ବିଲିୟନ ଡଲାରର ଏକ ବିଶାଳ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଋଷ ପୂର୍ବରୁ ପହଲଗାମ ଆକ୍ରମଣକୁ "ନୃଶଂସ ଅପରାଧ" ବୋଲି ନିନ୍ଦା କରିଥିଲା, କିନ୍ତୁ ଏବେ ପାକିସ୍ତାନକୁ ସହାୟତା କରି ଭାରତୀୟ କୂଟନୀତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣା ଦକ୍ଷିଣ ଏସିଆରେ ଭାରତର ରଣନୈତିକ ଅବସ୍ଥାନକୁ ପ୍ରଭାବିତ କରିପାରେ । ଋଷ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ବହୁ-କ୍ଷେତ୍ରୀୟ ଚୁକ୍ତିନାମା ଶକ୍ତି, ବାଣିଜ୍ୟ, ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ରହୁଛି । ଏହି ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନରେ ପାୱାର ପ୍ଲାଣ୍ଟ ଏବଂ ପାଇପଲାଇନ ବିକଶିତ କରିବ ଋଷ । ପ୍ରତିରକ୍ଷା କ୍ଷେତ୍ରରେ ତାଲିମ ଏବଂ ବୈଷୟିକ ସହଯୋଗ ମଧ୍ୟ ଋଷ ଯୋଗାଇବ । ଏବେ ଦେଖିବା କିଛି ତଥ୍ୟ ଉପରେ ଯେ ଋଷ କାହିଁକି ପାକିସ୍ତାନକୁ ସମର୍ଥନ କରୁଛି ।

ପାକିସ୍ତାନକୁ କାହିଁକି ସମର୍ଥନ ମିଳୁଛି? 
ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ଋଷ ନୂତନ ବାଣିଜ୍ୟିକ ସହଯୋଗୀ ଖୋଜୁଛି
ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ, ଋଷ ପାଇଁ ଏକ ବଡ ବଜାର ହୋଇପାରେ
ଋଷ ଚୀନର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପରେ ପାକିସ୍ତାନର ଭୂମିକାକୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ 
ଋଷ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ୨.୬ ବିଲିୟନ ଡଲାରର ଚୁକ୍ତି ଭାରତ ପାଇଁ ଏକ କୂଟନୈତିକ ଚେତାବନୀ

ଋଷ-ପାକିସ୍ତାନ ମଧ୍ୟରେ ଏମଓୟୁ ସ୍ବାକ୍ଷର ପରେ ଦେଶରେ ରାଜନୀତି ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ପୱନ ଖେରା ମୋଦୀ ସରକାରଙ୍କ ବିଦେଶୀ ନୀତିକୁ ସମାଲୋଚନା କରିଛନ୍ତି ।

କିଛି ଦିନ ତଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଋଷ ଗସ୍ତ ବାତିଲ କରିଥିଲେ କାରଣ ଥିଲା ଡୋଭାଲଙ୍କୁ ଫ୍ଲୁ ହୋଇଛି ବୋଲି ହେଲେ ଏହା ଭାବିବାକୁ ବାଧ୍ୟ କରୁଛି ଯେ, ହୁଏତ ଭାରତ ଋଷ-ପାକିସ୍ତାନ ଡିଲ୍ ଭିତରେ ଖବର ପାଇସାରିଥିଲା ଏବଂ ସେଥିପାଇଁ ଡୋଭାଲ ଋଷ ଗସ୍ତ ବାତିଲ କରିଥାଇ ପାରନ୍ତି ।