କନକ ବ୍ୟୁରୋ : 'ଝୁକୁଙ୍ଗା ନେହିଁ! ପୁଷ୍ପା ମୁଭିର ଏହି ଡାଇଲଗ ବେଶ ଚର୍ଚ୍ଚାରେ ରହିଥଲା, ତେବେ ସଂସଦ ଭିତରରେ ଏହି ଡାଇଲଗ ଏବେ ବେଶ ଭାଇରାଲ ହେଉଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ରାଜ୍ୟସଭାରେ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ୱାକଫ ଜମି ଆରୋପର ଜବାବ ଦେଇ ପୁଷ୍ପା ମୁଭିର ଏହି ଡାଇଲଗକୁ କହିଥିଲେ ।
ଖଡଗେ ସିନେମାଟିକ୍ ପ୍ରତିଆକ୍ରମଣ ସେତେବେଳେ ଆସିଥିଲା ଯେତେବେଳେ ସେ ଠାକୁରଙ୍କୁ ପାଲଟା ଜବାବ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା କେବଳ ଦାବିକୁ ଭିତ୍ତିହୀନ ବୋଲି ଖାରଜ କରିନଥିଲେ ବରଂ ଅନୁରାଗଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲେ, ରାଜନୈତିକ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଖଡଗେ କହିଛନ୍ତି । ଯଦି ବିଜେପି ଲୋକମାନେ ମୋତେ ନଇଁବାକୁ ଚାହୁଁଚନ୍ତି ତେବେ ମୁଁ କେବେ ମୁଣ୍ଡ ନୁଆଁଇବି ନାହିଁ । ମୁଁ ଭାଙ୍ଗିପାରେ ହେଲେ ନଇଁବି ନାହିଁ । ମନେରଖ, ମୁଁ ଭୟଭୀତ ନୁହେଁ ବୋଲି ଖଡଗେ ସଂସଦରେ କହିଛନ୍ତି । ଖଡଗେ ଦାବି କରିଛନ୍ତି , ଅନୁରାଗ ଠାକୁରଙ୍କ ଆକ୍ରମଣ ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼ ଦାଗ ସୃଷ୍ଟି କରିଛି ଏବଂ ବିଜେପି କ୍ଷମା ମାଗୁ ବୋଲି ଦାବି କରିଛନ୍ତି । ଖଡଗେ ଆହୁରି କହିଥିଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଦି ତାଙ୍କ ଅଭିଯୋଗ ପ୍ରମାଣିତ କରିପାରୁ ନାହାଁନ୍ତି, ତେବେ ତାଙ୍କର "ସଂସଦରେ ବସିବାର" ଅଧିକାର ନାହିଁ ।