କନକ ବ୍ୟୁରୋ:  ମାଲେମାଲ ହେଲେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ପୁଷ୍ପା-୨ ।  ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ କ୍ରେଜ୍  । ନଭେମ୍ବର ପ୍ରଥମ ସପ୍ତାହରେ ସରିବ ପୋଷ୍ଟ ପ୍ରଡକ୍ସନ କାମ  । ଡିସେମ୍ବର ୬ରେ ରିଲିଜ ହେବ ପୁଷ୍ପା-୨, ଦ ରୁଲ୍ । ରିଲିଜ ନହେଉଣୁ ଫିଲ୍ମ କମାଇଲା ଶହ ଶହ କୋଟି । 

Advertisment

ଫିଲ୍ମର କାମ ଶେଷ ହେବା ପରେ ବଡ ଆରମ୍ଭ ହେବ ଧରଣର ପ୍ରୋମସନ । ହେଲେ ପ୍ରିରିଲିଜ୍ ବିଜନେସରେ ୯୦୦ କୋଟି ଆୟ କରିସାରିଲାଣି ପୁଷ୍ପା-୨ । ଓଟିଟି ପ୍ଲାଟଫର୍ମ ଓ ସାଟେଲାଇଟ୍ ରାଇଟ୍ସ ୨୭୦ କୋଟି ଟଙ୍କାରେ ଡିଲ୍ ହୋଇଛି  । ପୁଷ୍ପା-୨ର  ଓଟିଟି ରାଇଟ୍ସ ନେଟଫ୍ଲିକ୍ସକୁ ମିଳିଛି, ଯେଉଁଠି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟଲମ ୫ଟି ଭାଷାରେ ଫିଲ୍ମ ଦେଖି ପାରିବେ ୟୁଜର୍ସ ।

ସେପଟେ ୬୫୦ କୋଟି ଟଙ୍କାରେ ବିକ୍ରି ହୋଇଛି ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ । ଥିଏଟ୍ରିକାଲ ରାଇଟ୍ସ ଅର୍ଥ ଯେକୌଣସି ଫିଲ୍ମକୁ ଥିଏଟରରେ ଦେଖାଇବା ଅଧିକାର । ଯାହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ବି ରହିଥାଏ । ଏକ ରିପୋର୍ଟ ମୁତାବକ ଏହିଭଳି ଭାବେ ପୁଷ୍ପା-୨ ରିଲିଜ ହେବା ପୂର୍ବରୁ ହିଁ ୯୦୦ କୋଟି ଟଙ୍କା ରୋଜଗାର କରି ସାରିଛି ।

ପୁଷ୍ପା-୨ ମେକର୍ସଙ୍କ ମୁତାବକ ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବ । ଗତ ଏପ୍ରିଲରେ ରିଲିଜ ହୋଇଥିଲା ଫିଲ୍ମ ଟିଜର । ଏହା ସହିତ ଦୁଇଟି ଗୀତ ବି ରିଲିଜ ହୋଇଥିଲା । ଯାହାକୁ ଖୁବ ଭଲ ପାଇବା ଦେଇଥିଲେ ଦର୍ଶକ । ଚଳିତ ବର୍ଷ ଆରମ୍ଭରୁ ହିଁ ପୁଷ୍ପା-୨କୁ ନେଇ ଫ୍ୟାନଙ୍କ ମଧ୍ୟରେ କ୍ରେଜ୍ ରହିଛି ।

ମୈତ୍ରୀ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଛି ଏହି ଫିଲ୍ମ । ପୂର୍ବରୁ ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବାକୁ ଥିଲା । କିନ୍ତୁ କିଛି ପୋଷ୍ଟ ପ୍ରଡକ୍ସନ କାମ ବାକି ରହଥିବାରୁ ରିଲିଜ ତାରିଖ ଡିସେମ୍ବର ୬ ତାରିଖକୁ ଧାର୍ଯ୍ୟ କରାଯାଇଛି ।

୨୦୨୧ ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମର ପ୍ରଥମ ପାର୍ଟ । ଏହାପରେ ଉତ୍ସାହର ସହ ଫିଲ୍ମର ଦ୍ୱିତୀୟ ପାର୍ଟ ରିଲିଜକୁ ଚାହିଁ ରହିଛନ୍ତି ଦର୍ଶକ । ଟିଜର ରିଲିଜ ପରେ ସୋସିଆଲ ମିଡିଆରେ ଏଥିରେ ମିଲିୟନ ମିଲିୟନ ଭିୟୁଜ୍ ଆସିଥିଲା । ପୁଷ୍ପା-୨ର କାହାଣୀ ମଧ୍ୟ ପ୍ରଥମ ଭାଗ ଭଳି ଦମଦାର ରହିବା ନେଇ ଆଶା ବାନ୍ଧିଛନ୍ତି ଦର୍ଶକ ।