revanth Photograph: (revanth)
କନକ ବ୍ୟୁରୋ : ଆଇନ କାନୁନ ଠାରୁ ଉର୍ଧ୍ବରେ ନୁହଁନ୍ତି କେହି, ନିଜ ଫ୍ୟାନ୍ସ ମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ବ ଖୋଦ୍ ସେଲିବ୍ରିଟି ମାନଙ୍କର । ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ କଳାକାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ସେ ଏଭଳି କହିଛନ୍ତି । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରିବା ମୁଡରେ ନଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ଗୁରୁବାର ବସିଥିବା ଏକ ବଡ଼ ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କୁ ଏଭଳି କିଛି କଡ଼ା ସନ୍ଦେସ ଦେଇଛନ୍ତି । ବସିଥିବା ଏକ ବଡ଼ ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କୁ ଏଭଳି କିଛି କଡ଼ା ସନ୍ଦେହ ଦେଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ, ଭେଙ୍କେଟେସ୍, ଚିରଞ୍ଜିବୀ ଏବଂ ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କ ସମେତ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ କଳାକାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।
Follow Us