ଦିଘି ପଞ୍ଚାୟତରେ ଅଭାବନୀୟ ଘଟଣା ; ମୃତ୍ୟୁପରେ କରାଇଦେଲେନି ଶୁଦ୍ଧିକ୍ରିୟା

ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ । ମୃତ୍ୟୁ ପରେ ବି ଜଣେ ବ୍ୟକ୍ତି କେମିତି ତାଙ୍କ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ କରୁଛନ୍ତି, ସେ ଖବର ଆସିଛି ମୟୂରଭଂଜ ଜିଲ୍ଲାରୁ । ମୟୂରଭଂଜ ଜିଲ୍ଲା ଦିଘି ପଞ୍ଚାୟତ ଦୋରକଣ୍ଟିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। 

10dead

କନକ ବ୍ୟୁରୋ : ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ । ମୃତ୍ୟୁ ପରେ ବି ଜଣେ ବ୍ୟକ୍ତି କେମିତି ତାଙ୍କ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ କରୁଛନ୍ତି, ସେ ଖବର ଆସିଛି ମୟୂରଭଂଜ ଜିଲ୍ଲାରୁ । ମୟୂରଭଂଜ ଜିଲ୍ଲା ଦିଘି ପଞ୍ଚାୟତ ଦୋରକଣ୍ଟିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। 

୧୮ ବର୍ଷ ତଳର ଏକ ଘଟଣାକୁ ନେଇ ଗାଁ ଲୋକେ କରାଇ ଦେଲେନି ଶୁଦ୍ଧିକ୍ରିୟା । ମୋହନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହ କରି ଗ୍ରାମବାସୀ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ସେ କିନ୍ତୁ ଏହି ଟଙ୍କା ଦେଇନଥିଲେ । ଫଳରେ ତାଙ୍କ ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟା କରାଇଦେଇନଥିଲେ ଗ୍ରାମବାସୀ । ଯାହାକୁ ନେଇ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ଓ ଆଦିବାସୀ ସାଙ୍ଗେଲ ଅଭିଯାନ ମଧ୍ୟରେ ମାରପିଟ୍ ହୋଇଛି । ସାଙ୍ଗେଲ ଅଭିଯାନ ତରଫରୁ ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe