କନକ ବ୍ୟୁରୋ : ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ । ମୃତ୍ୟୁ ପରେ ବି ଜଣେ ବ୍ୟକ୍ତି କେମିତି ତାଙ୍କ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା ପାଇଁ ସଂଘର୍ଷ କରୁଛନ୍ତି, ସେ ଖବର ଆସିଛି ମୟୂରଭଂଜ ଜିଲ୍ଲାରୁ । ମୟୂରଭଂଜ ଜିଲ୍ଲା ଦିଘି ପଞ୍ଚାୟତ ଦୋରକଣ୍ଟିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
୧୮ ବର୍ଷ ତଳର ଏକ ଘଟଣାକୁ ନେଇ ଗାଁ ଲୋକେ କରାଇ ଦେଲେନି ଶୁଦ୍ଧିକ୍ରିୟା । ମୋହନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହ କରି ଗ୍ରାମବାସୀ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ସେ କିନ୍ତୁ ଏହି ଟଙ୍କା ଦେଇନଥିଲେ । ଫଳରେ ତାଙ୍କ ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟା କରାଇଦେଇନଥିଲେ ଗ୍ରାମବାସୀ । ଯାହାକୁ ନେଇ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ଓ ଆଦିବାସୀ ସାଙ୍ଗେଲ ଅଭିଯାନ ମଧ୍ୟରେ ମାରପିଟ୍ ହୋଇଛି । ସାଙ୍ଗେଲ ଅଭିଯାନ ତରଫରୁ ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/11/11/yV4fHVJauzE3qYlbs6Qx.jpg)