କନକ ବ୍ୟୁରୋ: ଝଟକିବ ପୁରୀ, ବଦଳିବ ଶ୍ରୀକ୍ଷେତ୍ରର ରୂପରେଖ । ନୂଆ ରୂପ ପାଇବ ଜଗନ୍ନାଥଧାମ । ମହାପ୍ରଭୁଙ୍କୁ ଦେଖିବାକୁ ଆସୁଥିବା ଭକ୍ତଙ୍କ ସମସ୍ୟା ଦୂର ହେବ । ପୁରୀକୁ ଆସି ଦିବ୍ୟ ଅନୁଭୂତି ନେଇ ଫେରିବେ ଭକ୍ତ । ପୂର୍ବ ସରକାର ଓ ନୂଆ ସରକାର ପୁରୀକୁ ନେଇ କିଛି ଏଭଳି ପରିକଳ୍ପନା କରିଥିଲେ । କିନ୍ତୁ ପରିଣାମ କଣ ? ପୁରୀର ଐତିହ୍ୟ ନଷ୍ଟ ହୋଇଥିବା ବେଳେ ମଠ ମନ୍ଦିର ଅସ୍ତିତ୍ବ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ । ସରକାର କେବଳ ଭକ୍ତଙ୍କୁ ଖୁସି କରିବାକୁ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି କିନ୍ତୁ ତାହା ଅଧାରେ ଅଟକି ଯାଉଛି । ପୁରୁଣା ସରକାର ପରିକ୍ରମା ପ୍ରକଳ୍ପ ଆଳରେ ମଠ ମନ୍ଦିରକୁ ଭାଙ୍ଗିଲେ । ଅନ୍ୟପଟେ ଓଡ଼ିଆ ଅସ୍ମିତାର ନାରା ଦେଇ ଆସିଥିବା ନୂଆ ସରକାରର ଫୋକସରେ  ଏବେ ପୁରୀ। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବଡ ବଜେଟର ଘୋଷଣା କରିଛନ୍ତି । ହେଲେ ତାହାର ସଫଳ ରୁପାୟନକୁ ନେଇ ବିରାଟ ପ୍ରଶ୍ନବାଚୀ । 

Advertisment

ପୁରୀ ବିକାଶର ସ୍ୱପ୍ନ ଅଧପନ୍ତରିଆ  
ଧାର୍ମିକ ମାହୋଲ ସୃଷ୍ଟି ପାଇଁ ପୁରୀରେ ନିବେଶ ହେବ ୧୦୦ କୋଟି ଟଙ୍କା  । ହେଲେ ମଠ ମନ୍ଦିରର ପୁନଃରୁଦ୍ଧାର କହି ଚୁପ୍ ରହିଲେ ସରକାର । କାଗଜ କଲମରେ ସୀମିତ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ । ପୂର୍ବ ସରକାର କରିଥିବା ପରିକ୍ରମା ପ୍ରକଳ୍ପ ଏବେ ଅଧପନ୍ତରିଆ ହୋଇ ପଡ଼ି ରହିଛି । ରଘୁନନ୍ଦନ ଲାଇବ୍ରେରୀ ଏଯାଏଁ ତିଆରି ହୋଇପାରିଲାନି ।  
ବର୍ଷେ ହେବ ଗଠନ ହୋଇପାରୁନି ପରିଚାଳନା କମିଟି । ନୂ୍ଆ ସରକାରକୁ ୧୪ ମାସ ହେଲାଣି, କିନ୍ତୁ ୧୪ଟି ନୂଆ କାମ ମଧ୍ୟ ପୁରୀ ହୋଇନି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି, କିନ୍ତୁ ଭକ୍ତଙ୍କ ପାଇଁ ଆବଶ୍ୟକୀୟ ସୁବିଧା ନାହିଁ । ମଠ ମନ୍ଦିର ଗୋଟିଏ ସ୍ଥାନକୁ ନେବାକୁ ନିଷ୍ପତ୍ତି ହୋଇଥିଲା, ତାହାର ଅଗ୍ରଗତି ଏବେ ବି ଅସ୍ପଷ୍ଟ । ଅସ୍ମିତା କଥା କହି ସରକାରକୁ ଆସିଥିଲେ, ହେଲେ ଅସ୍ମିତା ରକ୍ଷା କରିବାରେ ବିଫଳ ସରକାର । 

  • ଅଧପନ୍ତରିଆ ଶୀକ୍ଷେତ୍ର ବିକାଶ
  • ପରିକ୍ରମା ପ୍ରକଳ୍ପ ଅଧାରେ ଅଟକିଛି
  • ମଠମନ୍ଦିରର ପୁନଃରୁଦ୍ଧାର ଠପ୍
  • ବହୁତଳ ପାର୍କିଂର ଭବିଷ୍ୟତ ଅନ୍ଧାର 
  • ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସରିନି
  • ମହାପ୍ରସାଦ ସେବନ ମଣ୍ଡପ 
  • ଭଜନ ମଣ୍ଡପ କାର୍ଯ୍ୟ ଅସମ୍ପୂର୍ଣ୍ଣ
  • ଧ୍ୟାନ କେନ୍ଦ୍ରର ପଡିନି ପୁନାଦି
  • ମୁଖ୍ୟ ପ୍ରଶାସକ ନିଯୁକ୍ତି କେବେ?